୪ ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଇଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୨୯ା୩(ପି.ଟି.): ଲକ୍‌ଡାଉନ ସମୟରେ ନିଜ ନିଜ ରାଜ୍ୟକୁ ଫେରି ନ ଯାଇ ଦିଲ୍ଲୀରେ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଦାଦନ ଶ୍ରମିକମାନଙ୍କୁ ଅନୁରୋଧ କରିଛନ୍ତି। ଏଥିପାଇଁ ଦିଲ୍ଲୀ ସରକାର ୮୦୦ରୁ ଅଧିକ ସ୍ଥାନରେ ସେମାନଙ୍କ ପାଇଁ ମଧ୍ୟାହ୍ନ ଓ ରାତ୍ର ଭୋଜନ ଯୋଗାଇଦେଉଛନ୍ତି। ୨୩୮ଟି ରାତ୍ର ଆଶ୍ରୟସ୍ଥଳ ସମେତ ୫୬୮ଟି ସ୍କୁଲ୍‌ରେ କ୍ଷୁଧା ରିଲିଫ କେନ୍ଦ୍ର ଖୋଲାଯାଇ ୪ ଲକ୍ଷ ଲୋକଙ୍କୁ ଖାଦ୍ୟ ବଣ୍ଟନ କରାଯାଉଥିବା କେଜ୍‌ରିଓ୍ବାଲ ଏକ ଡିଜିଟାଲ କନ୍‌ଫରେନ୍ସ ଜରିଆରେ ଗଣମାଧ୍ୟମକୁ କହିଛନ୍ତି। ଏଥିସହିତ ରିଲିଫ୍‌ କ୍ୟାମ୍ପ୍‌ରେ ପହଞ୍ଚତ୍ ପାରୁ ନ ଥିବା ଲୋକଙ୍କୁ ମୋବାଇଲ ଭ୍ୟାନ ଜରିଆରେ ଖାଦ୍ୟ ଯୋଗାଇ ଦିଆଯାଉଛି। ଆମ୍‌ ଆଦ୍‌ମୀ ପାର୍ଟିର ବିଧାୟକ ଓ ଦଳୀୟ କର୍ମୀମାନେ ଦାଦନ ଶ୍ରମିକଙ୍କ ପାଖରେ ପହଞ୍ଚତ୍ ସେମାନଙ୍କୁ ଫେରି ନ ଯିବା ଲାଗି ପ୍ରବର୍ତ୍ତାଉଛନ୍ତି।

Share