Categories: ଖେଳ

୪ ସପ୍ତାହରେ ଫିଟ୍‌ ହେବେ ନେମାର

ପ୍ୟାରିସ୍‌,୯ା୬(ଏଏଫ୍‌ପି): ବ୍ରାଜିଲ ଷ୍ଟାର ଖେଳାଳି ଜୁନିୟର ନେମାର ଆସନ୍ତା ୪ ସପ୍ତାହ ମଧ୍ୟରେ ଗୋଇଠି ସମସ୍ୟାରୁ ମୁକ୍ତ ହେବେ ବୋଲି ଆଶା କରାଯାଉଛି। ତାଙ୍କ ସମସ୍ୟାରେ ଅସ୍ତ୍ରୋପଚାରର ଆବଶ୍ୟକତା ନାହିଁ ବୋଲି ପ୍ୟାରିସ୍‌ ସେଣ୍ଟ ଜର୍ମେନ (ପିଏସ୍‌ଜି) ଦଳର ଡକ୍ଟର କହିଛନ୍ତି। କୋପା ଆମେରିକା ମ୍ୟାଚ୍‌ ପୂର୍ବରୁ କାତାର ସହ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ନେମାର ଆହତ ହୋଇଥିଲେ। ଏଣୁ ସେ କୋପା ଆମେରିକା ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଛନ୍ତି। ନେମାର ଆଗାମୀ ସିଜନ ବେଳକୁ ଫିଟ୍‌ ହୋଇଯିବେ ବୋଲି ଆଶା କରାଯାଉଛି।

Share