୪ ସରପଞ୍ଚଙ୍କ କାର୍ଯ୍ୟକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସବୁ ସରପଞ୍ଚଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କରିଛନ୍ତି। ସରପଞ୍ଚମାନେ କିଭଳି ଭଲଭାବେ ନିଜ ଦାୟିତ୍ୱ ତୁଲାଇବେ ସେନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା ସହ କେତେଜଣ ସରପଞ୍ଚଙ୍କୁ ସେ ଟୁଇଟ୍‌ ଯୋଗେ ପ୍ରଶଂସା ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀ ରବିବାର ଟୁଇଟ୍‌ କରି କହିଛନ୍ତି ଯେ, ତୃଣମୂଳସ୍ତରରେ ସରପଞ୍ଚମାନେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି। ଗଜପତି ଜିଲାର ସରପଞ୍ଚ ପବିତା ଗମାଙ୍ଗଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ସହିତ ଯାଜପୁର ଜିଲାର ଫନୀନ୍ଦ୍ର ପଣ୍ଡା ଏବଂ ଆଶିଷ ରଞ୍ଜନ ଚୌଧୁରୀଙ୍କ ନିଷ୍ଠାପର ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ। ଅନ୍ୟପଟେ ବାଲେଶ୍ୱର ଜିଲା ନହଙ୍ଗ ପଞ୍ଚାୟତର ସରପଞ୍ଚ ରଞ୍ଜିତା ଦାସ ନିଜ ଅଞ୍ଚଳକୁ ବିଶୋଧନ କରିବା ଲାଗି ଶଟ୍‌ଡାଉନ ଘୋଷଣା କରିଥିବା ନିଷ୍ପତ୍ତିକୁ ପ୍ରଶଂସାକରି ମୁଖ୍ୟମନ୍ତ୍ରୀ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି।

Share