୪ ହଜାର ବର୍ଷ ପୂର୍ବେ ଘର ସଜାଇବାରେ ବ୍ୟବହାର ହେଉଥିଲା ପପକର୍ନ

ପପକର୍ନ ଖାଇବା ଅନେକଙ୍କର ସୌକ କହିଲେ କିଛି ଭୁଲ୍‌ ହେବନାହିଁ। ହେଲେ ୪ହଜାର ବର୍ଷ ପୂର୍ବେ ଏହାକୁ ଖାଇବା ପରିବର୍ତ୍ତେ ଲୋକେ ଘର ସଜାଇବା ଓ ଅଳଙ୍କାର ତିଆରି କରିବାରେ ବ୍ୟବହାର କରୁଥିଲେ। ପ୍ରଥମେ ଆମେରିକାର ମୂଳ ବାସିନ୍ଦା ଏହାକୁ ଖାଇବା ଆରମ୍ଭ କରିଥିଲେ। ଏହାପରେ ଆମେରିକାରେ ରହୁଥିବା ୟୁରୋପୀୟମାନେ ଏହାକୁ ଖାଇବା ଆରମ୍ଭ କରିଥିଲେ। ପ୍ରଥମ କରି ବିଶ୍ୱରେ ୧୩୪ ବର୍ଷ ପୂର୍ବେ ଅର୍ଥାତ୍‌ ୧୮୮୫ରେ ପପକର୍ନ ବା ମକା ଭାଜିବା ମେଶିନ୍‌ ଆସିଥିଲା। ଆମେରିକାର ଚାର୍ଲସ କ୍ରେଟର ଏହାକୁ ତିଆରି କରିଥିଲେ। ପ୍ରକୃତରେ ସେ ସମୟରେ ସେ ବାଦାମ ଭାଜିବାକୁ ମେଶିନ୍‌ ତିଆରି କରୁକରୁ ଏହା ଭୁଲ୍‌ ବଶତଃ ପପକର୍ନ ଭାଜିବା ମେଶିନରେ ପରିଣତ ହୋଇଥିଲା। ଇତିହାସ କହେ ୪ହଜାର ବର୍ଷ ତଳେ ପ୍ରଥମେ ନ୍ୟୁ ମେକ୍ସିକୋରେ ପପକର୍ନ ଦେଖିବାକୁ ମିଳିଥିଲା। ହେଲେ ଏହାକୁ ଖିଆଯାଏ ବୋଲି କେହି ଜାଣି ନ ଥିଲେ। ସେଥିପାଇଁ ଏହାକୁ ଘର ସଜାଇବା ଓ ଗହଣା ତିଆରି କରିବାରେ ବ୍ୟବହାର କରାଯାଉଥିଲା। ଐତିହାସିକ ଏଣ୍ଡ୍ର୍ୟୁ ସ୍ମିଥଙ୍କ ମତରେ ଚାର୍ଲସ କ୍ରେଟର ଓ ତାଙ୍କ ସହଯୋଗୀ ପପକର୍ନ ମେଶିନକୁ ୧୮୯୩ରେ ଓ୍ବାର୍ଲଡ ଫେୟାର ନେଇ ଯାଇଥିଲେ। ସେଠାରେ ସେ ଲୋକଙ୍କୁ ଡାକି ଡାକି ପପକର୍ନ ଖାଇବାକୁ ଦେଉଥିଲେ। ଆଉ ଯଦି କେହି ମେଶିନ କିଣୁଥିଲେ ତାଙ୍କୁ ଗୋଟିଏ ବ୍ୟାଗ୍‌ ମାଗଣାରେ ଦେଉଥିଲେ। ହେଲେ ଆଜି ଚାର୍ଲସ କ୍ରେଟରଙ୍କ କମ୍ପାନୀ ଆମେରିକାରେ ପପକର୍ନ ମେଶିନ ପ୍ରସ୍ତୁତ କରୁଥିବା ସବୁଠାରୁ ବଡ କମ୍ପାନୀ ବୋଲି କୁହାଯାଉଛି।

Share