୪ ହଜାର ମାସ୍କ ବାଣ୍ଟିଲେ, ଲୋକଙ୍କୁ ସଚେତନ କଲେ

ପୁରୁଣା ଭୁବନେଶ୍ୱର, ୨୧ା୩ (ଡି.ଏନ.ଏ.): କରୋନା ଭୂତାଣୁଠାରୁ ଦୂରେଇ ରହିବାକୁ ଆବଶ୍ୟକ ସଚେତନ ପ୍ରଶାସନିକ ସ୍ତରରେ ଚାଲିଛି। ଆବଶ୍ୟକତାକୁ ପୂରଣ ନେଇ ପ୍ରଶାସନ ସଙ୍ଗେ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ସହଯୋଗର ହାତ ବଢାଇଛନ୍ତି। ଏହିକ୍ରମରେ ଏକମ୍ର ସଙ୍ଗଠନ ପକ୍ଷରୁ ଶୁକ୍ରବାର ବିଏମ୍‌ସି ହସ୍ପିଟାଲରେ ରୋଗୀ ଏବଂ ଡାକ୍ତରଖାନା କର୍ମଚାରୀମାନଙ୍କୁ ମାସ୍କ ବଣ୍ଟନ କରାଯାଇଛି। ଗୁରୁବାର ସଙ୍ଗଠନ ପକ୍ଷରୁ ମଧ୍ୟ ରୁକୁଣା ରଥ ନିର୍ମାଣ ପାଇଁ ନିୟୋଜିତ ଥିବା ୭୨ ମହାରଣାଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା। ୨ ଦିନରେ ପ୍ରାୟ ୪ ହଜାର ମାସ୍କ ବଣ୍ଟନ କରାଯାଇଥିବା ସଙ୍ଗଠନ ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟରେ ଭାଜପା ରାଜ୍ୟ ଉପସଭାପତି ଅମୀୟ ଦାଶ, ବିଏମସି ହସ୍ପିଟାଲ ମୁଖ୍ୟ ଚିକିତ୍ସାଧିକାରୀ ଗଣେଶ ପ୍ରସାଦ ଦାଶ, ସମାଜିକ କର୍ମୀ ଶିବ ପ୍ରସାଦ ବେହେରାଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Share