Categories: ବାଣିଜ୍ୟ

୪.୯%କୁ ଖସିପାରେ ଜିଡିପି

ନୂଆଦିଲ୍ଲୀ,୧୭-୧୧: ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡ଼ିପି ଅଭିବୃଦ୍ଧି ୪.୯%କୁ ଖସିଯିବ ବୋଲି ଅର୍ଥନୈତିକ ଥିଙ୍କ ଟ୍ୟାଙ୍କ ନ୍ୟାଶନାଲ କାଉନସିଲ ଅଫ୍‌ ଆପ୍ଲାଏଡ ଇକୋନୋମିକ ରିସର୍ଚ୍ଚ(ଏନ୍‌ସିଏଇଆର୍‌) ଶନିବାର କହିଛି। ପ୍ରଥମ ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି। ଆଇଏଲ୍‌ଆଣ୍ଡ ଏଫ୍‌ଏସ୍‌ରେ ବିଭିନ୍ନ ସମସ୍ୟା ଯୋଗୁ ଏହା ଏନ୍‌ବିଏଫ୍‌ସି ଏବଂ ଏମ୍‌ଏସ୍‌ଏସ୍‌ଇ କ୍ଷେତ୍ରକୁ ପ୍ରଭାବିତ କରିଛି। ଏହା ଫଳରେ ଅର୍ଥ ବ୍ୟବସ୍ଥାରେ ପୁଣି ଚାହିଦା ଖସିବା ନେଇ ଅନେକ ସମ୍ଭାବନା ଉପୁଜିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଶିଳ୍ପ କ୍ଷେତ୍ର ଅଭିବୃଦ୍ଧି ଖସିଥିବାରୁ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଖରିଫ ଉତ୍ପାଦନରେ ରେକର୍ଡ ହେବା ନେଇ ଏହା ଆଶାବାଦି ରହିଛି।

Share