Categories: ବାଣିଜ୍ୟ

୪.୯% ରହିପାରେ ଭାରତର ବିକାଶ ହାର: ମୁଡିସ୍‌

ମୁମ୍ବାଇ,୫-୨: ଭାରତୀୟ ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ଢାଞ୍ଚାଗତ ଏବଂ ଚକ୍ରୀୟ ଚ୍ୟାଲେଞ୍ଜ ଦେଇ ଗତି କରୁଛି। ଏଭଳି ସମୟରେ ନିକଟରେ ଉପସ୍ଥାପନ ହୋଇଥିବା ଦେଶର ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୦-୨୧ରେ ଦେଶର ଜିଡ଼ିପି ଅଭିବୃଦ୍ଧିକୁ ନେଇ କରିଥିବା ପୂର୍ବାନୁମାନ ଉଚ୍ଚାଭିଳାସୀ ଲାଗୁଛି ବୋଲି ମୁଡିସ ଇନଭେଷ୍ଟର୍ସ ସର୍ଭିସ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ୨୦୨୦-୨୧ରେ ଦେଶର ନୋମିନାଲ ଜିଡିପି ୧୦% ରହିବ ବୋଲି କୁହାଯାଇଛି। ୨୦୨୧-୨୨ରେ ଏହା ୧୨.୬% ଏବଂ ୨୦୨୨-୨୩ରେ ୧୨.୮% ରହିବା ନେଇ ପୂର୍ବାନୁମାନ କରାଯାଇଛି। କିନ୍ତୁ ଭାରତର ଜିଡିପି ଅଭିବୃଦ୍ଧି ୨୦୧୯-୨୦ରେ ୪.୯% ଏବଂ ୨୦୨୦-୨୧ରେ ୫.୫% ରହିବ ବୋଲି ମୁଡିସ ଆକଳନରେ କହିଛି।

Share