୪ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,୫।୧୦(ବ୍ୟୁରୋ): ୪ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏହି ୪ ଅଧିକାରୀଙ୍କ ମଧ୍ୟରେ ୨ ଜଣ ଓଏଏସ୍‌ ଅଫିସର ଥିବା ବେଳେ ଜଣେ ଜିଲା ସବ ରେଜିଷ୍ଟ୍ରାର ଅଛନ୍ତି। ସେହିପରି ଜଣେ ପୂର୍ବତନ ଜିଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଦୁର୍ନୀତି ଓ ଅପାରଗତା ପାଇଁ ଏହି ୪ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଜଣାପଡ଼ିଛି। ବାଧ୍ୟତାମୂଳକ ଅବସର ପାଇଥିବା ଦୁଇ ଓଏଏସ ଅଧିକାରୀ ହେଲେ ଅନୁଗୋଳର ଡେପୁଟୀ କଲେର ଜାନକୀନାଥ ମିଶ୍ର ଓ ଗଜପତି ଜିଲା ନୂଆଗଡ଼ ତହସିଲଦାର ଆକୁଳ ମଲ୍ଲିକ। ସେହିପରି ଢେଙ୍କାନାଳ ଜିଲା ସବ ରେଜିଷ୍ଟ୍ରାର ଲଲାଟେନ୍ଦୁ ଶତପଥୀ ଓ ନୂଆପଡ଼ା ଜିଲା ପୂର୍ବତନ ପ୍ରାଣୀ ସମ୍ପଦ ଅଧିକାରୀ ତ୍ରିଲୋଚନ ଧଳଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

Share