Categories: ବାଣିଜ୍ୟ

୫%କୁ ଖସିବ ଜିଡିପି

ନୂଆଦିଲ୍ଲୀ,୮-୧: ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ସରକାର ଜିଡିପିର ପ୍ରଥମ ଆଗୁଆ ପୂର୍ବାନୁମାନ ମଙ୍ଗଳବାର ଜାରି କରିଛନ୍ତି। କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସ୍‌ଓ) ପକ୍ଷରୁ ପ୍ରକାଶ ପାଇଥିବା ସଦ୍ୟତମ ଡାଟା ମୁତାବକ ୨୦୧୯-୨୦ରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୫%କୁ ଖସିବ ବୋଲି ପୂର୍ବାନୁମାନ କରାଯାଇଛି। ଦେଶର ବିକାଶ ହାର ଗତ ଆର୍ଥତ୍କ ବର୍ଷରେ ୬.୮% ରହିଥିବା ବେଳେ ଚଳିତ ବର୍ଷ ଏହା ଅନେକ ହାରରେ ଖସିଥିବା ଜଣାପଡିଛି। ଚଳିତ ଆର୍ଥତ୍କ ବର୍ଷ ଜିଡିପି ହାର ୫% ରହିବ ବୋଲି ଆର୍‌ବିଆଇ କହିସାରିଥିଲା। ସେହିଭଳି ୨୦୧୯-୨୦ରେ ଦେଶର ଗ୍ରସ୍‌ ଭାଲ୍ୟୁ ଆଡେଡ(ଜିଭିଏ) ଅଭିବୃଦ୍ଧି ୪.୯%ରେ ଧାର୍ଯ୍ୟ କରାଯାଇଛି।
ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଦେଶର ବିକାଶ ୪.୫%କୁ ଖସି ଆସିଛି। ଚଳିତ ଆର୍ଥତ୍କ ବର୍ଷ ଜିଡିପି ହାର କମିବ ବୋଲି ବଜାର ବିଶେଷଜ୍ଞମାନେ କହି ଆସୁଛନ୍ତି। ମାନୁଫାକଚରିଂ କ୍ଷେତ୍ରର ଅଭିବୃଦ୍ଧି କମିବା, ଚାହିଦା ଏବଂ ନିବେଶ ଭଳି ପ୍ରମୁଖ କାରଣ ଯୋଗୁ ବିକାଶ ହାର ଖସୁଥିବା ଜଣାପଡିଛି। ୨୦୧୯-୨୦ରେ ଦେଶର ମାନୁଫାକ୍‌ଚରିଂ କ୍ଷେତ୍ର ଅଭିବୃଦ୍ଧି ୨%କୁ କମିବ ବୋଲି ଅନୁମାନ କରାଯାଇଛି। ଏହା ଗତ ଆର୍ଥତ୍କ ବର୍ଷରେ ୬.୨%କୁ ରହିଥିଲା। ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ୬ ମାସରେ ଜିଡିପି ଅଭିବୃଦ୍ଧି ୪.୮%କୁ ଖସି ଆସିଛି। ଏହା ପ୍ରଥମ ତ୍ରୈମାସରେ ୫% ରହିଥିଲା। ୨୦୧୮-୧୯ ବର୍ଷ ଲାଗି ଜିଡିପିର ଆଗୁଆ ପୂର୍ବାନୁମାନ ୭.୨% ଧାର୍ଯ୍ୟ କରାଯାଇଥିଲା। ଏହା ୭%କୁ ଖସିଥିଲା। ଦ୍ୱିତୀୟ ଆଗୁଆ ପୂର୍ବାନୁମାନରେ ଏହାକୁ ୬.୮%କୁ ଖସାଯାଇଥିଲା। ଯାହା ପ୍ରକୃତ ନମ୍ବର ରହିଥିଲା।

Share