Categories: ଜାତୀୟ

୫ଟଙ୍କାରେ ଗରିବଙ୍କୁ ପେଟପୂରା ଖାଇବାକୁ ଦେଉଥିବା ଦାଦି ମା’ଙ୍କ ପରଲୋକ

ଗାଜିଆବାଦ୍‌,୯।୯: ୫ ଟଙ୍କାରେ ଗରିବଙ୍କୁ ପେଟପୂରା ଖାଇବାକୁ ଦେଉଥିବା ସରୋଜାନି ଖାନ୍ନା ଓରଫ୍‌ ଦାଦି ମା’ଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ଗାଜିଆବାଦରେ ପ୍ରତିଦିନ ସେ ୫୦୦ ଗରିବ ଲୋକଙ୍କୁ ମାତ୍ର ୫ ଟଙ୍କାରେ ପେଟପୂରା ଖାଦ୍ୟ ଦେଉଥିଲେ। ନିଜ ମା’ଙ୍କ ଠାରୁ ପ୍ରେରଣା ପାଇ ପ୍ରଥମେ କିଛି ଗରିବଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ ‘ଦାଦି କି ରସୋଇ’ ନାମରେ ଏକ ଅନୁଷ୍ଠାନ ଗଢିଥିଲେ ସରୋଜାନି। ପ୍ରତିଦିନ ସକାଳ ୧୦ରୁ ୧୧.୩୦ ଏବଂ ଅପରାହ୍ନ ୧୨ରୁ ୨ଟା ପର୍ଯ୍ୟନ୍ତ ଲୋକଙ୍କୁ ଖାଦ୍ୟ ଯୋଗାଇ ଦେଉଥିଲେ।

Share