୫-ଟି ସଚିବଙ୍କ ଅଚାନକ କୋଣାର୍କ ପରିଦର୍ଶନ

କୋଣାର୍କ,୯।୧(ଡି.ଏନ୍‌.ଏ.)- ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ପାରିପାଶର୍‌ବିକ ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଗୁରୁବାର ଅଚାନକ କୋଣାର୍କ ପରିଦର୍ଶନ କରିଛନ୍ତି। ଏହି ପରିପ୍ରେକ୍ଷୀରେ କୋଣାର୍କର ପାରିପାଶର୍‌ବିକ ବିକାଶ ପାଇଁ ପୂର୍ବରୁ କରାଯାଇଥିବା ମ୍ୟାପ ସମ୍ବନ୍ଧରେ ପୁରୀ ଜିଲାପାଳ ବଲଓ୍ବନ୍ତ ସିଂ ସଚିବଙ୍କୁ ଅବଗତ କରାଇଥିଲେ। ଗସ୍ତ ସମୟରେ ପୂର୍ତ୍ତ ବିଭାଗ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣ କୁମାର, ଏଏସ୍‌ଆଇର ଭୁବନେଶ୍ବର ସର୍କଲ ସୁପରିଟେଣ୍ଡେଣ୍ଟ ଅରୁଣ କୁମାର ମଲ୍ଲିକ, କୋଣାର୍କ ଏନ୍‌ଏସି ନିର୍ବାହୀ ଅଧିକାରୀ ଏମ୍‌. ଶ୍ରୀନିବାସ, କୋଣାର୍କ ଥାନାଧିକାରୀ ସଞ୍ଜୀବ କୁମାର ପ୍ରଧାନ, ଗୋପ ତହସିଲଦାର ପୃଥ୍ବୀରାଜ ମଣ୍ଡଳଙ୍କ ସହ ପୂର୍ତ୍ତ ଓ ଅନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ପରେ ସଚିବ କୋଣାର୍କ ସୂର୍ଯ୍ୟ ମନ୍ଦିର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଓ ଚନ୍ଦ୍ରଭାଗା ବେଳାଭୂମି ସହ ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ।

Share