Categories: ବାଣିଜ୍ୟ

୫ବର୍ଷରେ ସମ୍ପତ୍ତି ବଢ଼ିଛି ୭୫ ଲକ୍ଷ କୋଟି

ମୁମ୍ବାଇ,୨୪-୫: ଏନ୍‌ଡିଏ ୨୦୧୪ରୁ କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଷ୍ଟକ୍‌ ମାର୍କେଟ ସମ୍ପତ୍ତି ୭୫.୨୫ ଲକ୍ଷ କୋଟି ଟଙ୍କା ବଢ଼ିଛି। ଏହି ସମୟରେ ବେଞ୍ଚମାର୍କ ସେନ୍‌ସେକ୍ସ ୬୧ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୪ ମେ ୧୬ରୁ ଆଜି ସୁଦ୍ଧା ସେନ୍‌ସେକ୍ସ ୧୪,୬୮୯.୬୫ ଅର୍ଥାତ୍‌ ୬୦.୮୯ ପଏଣ୍ଟ ବୃଦ୍ଧି ପାଇଛି। ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନୀଙ୍କ ବଜାର ପୁଞ୍ଜି ୭୫ ଲକ୍ଷ କୋଟି ଟଙ୍କାରୁ ବଢ଼ି ୧୫୦.୨୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ବଜାର ବନ୍ଦ ହେବା ବେଳକୁ ତାଲିକାଭୁକ୍ତ କମ୍ପାନୀଙ୍କ ବଜାର ମୂଲ୍ୟ ୧,୫୦,୨୫,୧୭୫.୪୯ କୋଟି ଟଙ୍କା ଥିଲା।

Share