୫ବର୍ଷରେ ୭ ରାଜ୍ୟକୁ ଯାଇଛି ୫ଲକ୍ଷ ବହି

ଭୁବନେଶ୍ୱର, ୩।୧(ବ୍ୟୁରୋ): ଗତ ୫ବର୍ଷ ମଧ୍ୟରେ ଓଡ଼ିଶାରୁ ୭ ରାଜ୍ୟକୁ ୫ଲକ୍ଷ ନ୍ୟାଶନାଲଇଜ୍‌ଡ ଟେକ୍ସଟ(ଏନ୍‌ଟି) ପୁସ୍ତକ ଯୋଗାଣ ହୋଇଛି। ଏ ନେଇ ଭୁବନେଶ୍ୱର ଟେକ୍ସଟ ବୁକ୍‌ ପ୍ରଡକ୍ସନ ଆଣ୍ଡ୍‌ ମାର୍କେଟିଂ ନିର୍ଦ୍ଦେଶକ ରଘୁରାମ ଆର୍‌. ଆୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କୁ ଚିଠି ଳେଖି ଜଣାଇଛନ୍ତି। ଉକ୍ତ ଚିଠିରେ ଦର୍ଶାଯାଇଛି, ଗୁଜରାଟ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ଛିତଶଗଡ଼, ଝାଡ଼ଖଣ୍ଡ, ତାମିଲନାଡ଼ୁ ଓ ପଶ୍ଚିମବଙ୍ଗକୁ ଗତ ୫ବର୍ଷ ମଧ୍ୟରେ ମୋଟ ୪,୭୦,୪୭୦ ପୁସ୍ତକ ପଠାଯାଇଛି। ପୂର୍ବରୁ ମହାରାଷ୍ଟ୍ରକୁ ଯୋଗାଣ ହେଉଥିଲେ ମଧ୍ୟ ଏହି ୫ବର୍ଷ ମଧ୍ୟରେ କୌଣସି ପୁସ୍ତକ ପଠାଯାଇ ନାହିଁ। ତେବେ ଗୁଜରାଟକୁ ସର୍ବାଧିକ ୧,୬୨,୮୨୩ ପୁସ୍ତକ ଓ ଉତ୍ତରପ୍ରଦେଶକୁ ସର୍ବନିମ୍ନ ୨୬୪ଟି ପୁସ୍ତକ ପଠାଯାଇଛି। ସେହିଭଳି ପଶ୍ଚିମବଙ୍ଗକୁ ୧,୫୩,୬୭୦, ଝାଡ଼ଖଣ୍ଡକୁ ୫୮,୮୭୭, ଆନ୍ଧ୍ରପ୍ରଦେଶକୁ ୫୫,୨୬୦, ଛିତଶଗଡ଼କୁ ୩୪,୯୧୬ ଏବଂ ତାମିଲନାଡ଼ୁ ୪,୬୬୦ଟି ପୁସ୍ତକ ଓଡ଼ିଶାରୁ ଯୋଗାଣ କରାଯାଇଛି।

Share