୫ବର୍ଷର ରିଲେସନ୍‌ ପରେ ଗୁପ୍ତରେ ହେଲା ଏହି ଯୋଡ଼ିଙ୍କ ନିର୍ବନ୍ଧ

ଛୋଟପରଦାରୁ ବଲିଉଡ୍‌। ଏପରିକି ଡିଜିଟାଲ ଦୁନିଆରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ଏହି ଅଭିନେତା ଜଣଙ୍କର ଏବେ ଶୁଭବେଳା ଚାଲିଛି। ଗୋଟିଏ ପରେ ଗୋଟିଏ ସଫଳତାର ଶିଡ଼ି ସେ ଚଢ଼ି ଚାଲିଛନ୍ତି। ଆଉ କେହି ନୁହନ୍ତି, ସେ ହେଉଛନ୍ତି ଅଭିନେତା ବିକ୍ରାନ୍ତ ମୌସୀ। ଏବେ ତାଙ୍କର ଭଲ ସମୟ ଆସିଛି। ବୃତ୍ତିଗତ ହେଉ କି ବ୍ୟକ୍ତିଗତ। ସବୁଠି ଖୁସି ଖାଲି ଖୁସି। ଏବେ ଏକ ଶୁଭ ଖବର ଶୁଣିବାକୁ ମିଳିଛି। ୫ ବର୍ଷର ରିଲେସନଶିପ୍‌ ପରେ ବିକ୍ରାନ୍ତ ଏବଂ ପ୍ରେମିକା ଶୀତଲ ଠାକୁରଙ୍କ ସହ ଗୁପ୍ତରେ ନିର୍ବନ୍ଧ ହୋଇଯାଇଛି।


ଏକ ସାକ୍ଷାତକାରରେ ବିକ୍ରମ ଏହି କଥା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏକ ପ୍ରାଇଭେଟ୍‌ ଫଙ୍କ୍‌ସନ୍‌ରେ ତାଙ୍କର ନିର୍ବନ୍ଧ ହୋଇଛି। ବିବାହ ସମୟ ଆସିଲେ ସେ କହିବେ। ନିର୍ବନ୍ଧ ସମୟରେ ବିକ୍ରାନ୍ତ ଏବଂ ଶୀତଲଙ୍କ ପରିବାର ଲୋକେ ଉପସ୍ଥିତ ଥିବାବେଳେ କିଛି ଖାସ୍‌ ବନ୍ଧୁ ମଧ୍ୟ ସାମିଲ୍‌ ଥିଲେ। ନଭେମ୍ବର ମଧ୍ୟ ଭାଗରେ ଏହି ନିର୍ବନ୍ଧ ହୋଇଥିବା ବିକ୍ରାନ୍ତ କହିଛନ୍ତି। ଏହି ସମୟର କିଛି ଫଟୋ ଏବେ ଇନ୍‌ଷ୍ଟାଗ୍ରାମରେ ସେ ଶେୟାର କରିଛନ୍ତି।


ସ୍ମରଣଯୋଗ୍ୟ,ଏହି ଯୋଡ଼ି ଏଏଲ୍‌ଟି ବାଲାଜୀର ଏକ ଓ୍ବେବ୍‌ ସିରିଜ୍‌ ‘ବ୍ରୋକନ୍‌: ବଟ୍‌ ବ୍ୟୁଟିଫୁଲ୍‌’ର ପୂର୍ବ ଏପିସୋଡ୍‌ରେ ଏକାଠି କାମ କରିଥିଲେ। ଏବେ ପୁଣି ଏହାର ପାର୍ଟ -୨ରେ କାମ କରିବାକୁ ଯାଉଛନ୍ତି।

Share