ଦାମସ୍କସ୍,୩୦।୪: ଇସଲାମିକ୍ ଷ୍ଟେଟର ନେତା ସୋମବାର ଏକ ଭିଡିଓ ଜାରି କଲାପରେ ଏବେ ଏହା ଚର୍ଚ୍ଚାକୁ ଆସିଛି। ଉକ୍ତ ଭିଡିଓରେ ଇଷ୍ଟରରେ ଶ୍ରୀଲଙ୍କାରେ ହୋଇଥିବା ବିସ୍ଫୋରଣ ଓ ସେଥିରେ ମୃତ୍ୟୁ ହୋଇଥିବା ଲୋକଙ୍କୁ ନେଇ ଏହି ଇସ୍ଲାମିକ ନେତା ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟି ହେଇଛି ଇସ୍ଲାମିକ ଆତଙ୍କବାଦୀ ସଙ୍ଗଠନ ଆଇଏସ୍ର ନେତା ଅବୁ ବକ୍ର ଅଲ୍-ବାଗ୍ଦାଦିଙ୍କର। ତେବେ ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। କାରଣ ଅନେକ ଥର ଖବର ଆସିଛି କି ବାଗ୍ଦାଦିଙ୍କ ମୃତ୍ୟୁ ହୋଇଛି। ତେବେ ଭିଡିଓରେ ଦେଖାଯାଇଥିବା ବ୍ୟକ୍ତି ଶ୍ରୀଲଙ୍କା ବିସ୍ଫୋରଣକୁ ସିରିଆ ଆକ୍ରମଣର ପ୍ରତିଶୋଧ ବୋଲି କହୁଛନ୍ତି।