୫ବର୍ଷ ପରେ ସାମ୍ନାକୁ ଆସିଲା ଆଇଏସ୍‌ ନେତାଙ୍କ ଭିଡିଓ

ଦାମସ୍‌କସ୍‌,୩୦।୪: ଇସଲାମିକ୍‌ ଷ୍ଟେଟର ନେତା ସୋମବାର ଏକ ଭିଡିଓ ଜାରି କଲାପରେ ଏବେ ଏହା ଚର୍ଚ୍ଚାକୁ ଆସିଛି। ଉକ୍ତ ଭିଡିଓରେ ଇଷ୍ଟରରେ ଶ୍ରୀଲଙ୍କାରେ ହୋଇଥିବା ବିସ୍ଫୋରଣ ଓ ସେଥିରେ ମୃତ୍ୟୁ ହୋଇଥିବା ଲୋକଙ୍କୁ ନେଇ ଏହି ଇସ୍‌ଲାମିକ ନେତା ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟି ହେଇଛି ଇସ୍‌ଲାମିକ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ର ନେତା ଅବୁ ବକ୍ର ଅଲ୍‌-ବାଗ୍‌ଦାଦିଙ୍କର। ତେବେ ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। କାରଣ ଅନେକ ଥର ଖବର ଆସିଛି କି ବାଗ୍‌ଦାଦିଙ୍କ ମୃତ୍ୟୁ ହୋଇଛି। ତେବେ ଭିଡିଓରେ ଦେଖାଯାଇଥିବା ବ୍ୟକ୍ତି ଶ୍ରୀଲଙ୍କା ବିସ୍ଫୋରଣକୁ ସିରିଆ ଆକ୍ରମଣର ପ୍ରତିଶୋଧ ବୋଲି କହୁଛନ୍ତି।

Share