Categories: ଜାତୀୟ

୫ମାସ ପରେ ଭାଜପା ନେତା ଚିନ୍ମୟାନନ୍ଦଙ୍କୁ ମିଳିଲା ଜାମିନ

ପ୍ରୟାଗରାଜ,୩।୨: ଉତ୍ତରପ୍ରଦେଶ ଶାହଜହାଁପୁରର ଲ’ ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ସ୍ବାମୀ ଚିନ୍ମୟାନନ୍ଦଙ୍କୁ ଜାମିନ ମିଳିଛି। ସୋମବାର ଆହ୍ଲାବାଦ ହାଇକୋର୍ଟ ତାଙ୍କର ଜାମିନ ଆବେଦନର ଶୁଣାଣି କରିଥିଲେ। ଏହି ଶୁଣାଣିରେ କୋର୍ଟ ଚିନ୍ମୟାନନ୍ଦଙ୍କୁ ଜାମିନ ପ୍ରଦାନ କରିଛନ୍ତି। ନଭେମ୍ବର ୧୬ରେ ଏହି ମାମଲାରେ ଶୁଣାଣି କରି କୋର୍ଟ ରାୟକୁ ସଂରକ୍ଷିତ ରଖିଥିଲେ। ସୂଚନାଯୋଗ୍ୟ, ଚିନ୍ମୟାନନ୍ଦଙ୍କ ଉପରେ ଲ’ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏହାପରେ ତାଙ୍କୁ ପୋଲିସ ଗିରଫ କରିଥିଲା। ଏହି ମାମଲାରେ ଏସ୍‌ଆଇଟି ଗଠନ କରାଯାଇ ତଦନ୍ତ ଜାରି ରହିଛି।

Share