Categories: ଖେଳ

୫ମ ଥର ଡାକଶ୍ରୀ ଟାଇଟଲ ପାଇଁ ଜନ୍ମେଜୟ ଆଶାବାଦୀ

ଭୁବନେଶ୍ୱର, ୩୧।୮(କ୍ରୀଡ଼ା ପ୍ରତିନିଧି)-
ସେପ୍ଟେମ୍ବର ୨୬ରୁ ୨୯ ପର୍ଯ୍ୟନ୍ତ ୩୫ତମ ସର୍ବଭାରତୀୟ ପୋଷ୍ଟାଲ ପ୍ରତିଯୋଗିତା ବ୍ରହ୍ମପୁରରେ ଅନୁଷ୍ଠିତ ହେବ। ଏଥିପାଇଁ ଶୁକ୍ରବାର ବ୍ରହ୍ମପୁରସ୍ଥିତ ହନୁମାନ କ୍ଲବଠାରେ ଭାରୋତ୍ତୋଳନ, ଶକ୍ତିଉତ୍ତୋଳନ ଓ ବଡିବିଲ୍ଡଂ ଟ୍ରାଏଲ ଅନୁଷ୍ଠିତ ହୋଇଛି। ଡାକଶ୍ରୀ ଟାଇଟଲ ପାଇଁ ଟ୍ରାଏଲରେ ଯୋଗ୍ୟ ବିବେଚିତ ହୋଇଥିବା ପ୍ରତିଯୋଗୀମାନେ ହେଲେ ଜନ୍ମେଜୟ ମହାନ୍ତି(୮୫ କେଜି), କେ. ଭାଦି ଶ୍ରୀକାନ୍ତ(୬୦ କେଜି), ସମିର ସାଥୁଆ(୭୦ କେଜି) ଓ ବିଶ୍ୱଜିତ ପ୍ରତିହାରୀ(୮୦ କେଜି)। ବେଣୁଗୋପାଳ ରାଓ, ରାଜେଶ ଆଚାରୀ ଓ ଉମାଶଙ୍କର ବିଚାରକ ଦାୟିତ୍ୱ ତୁଲାଇଥିଲେ। ୨୦୦୪ରେ ଶେଷଥରପାଇଁ ଓଡ଼ିଶା(ପୁରୀ)ରେ ସର୍ବଭାରତୀୟ ପୋଷ୍ଟାଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ୧୫ ବର୍ଷ ପରେ ଓଡ଼ିଶା ପ୍ରତିଯୋଗୀମାନେ ନିଜ ପରିବେଶରେ କଳାକୌଶଳ ଦେଖାଇବା ସୁଯୋଗ ପାଇଛନ୍ତି। ଜନ୍ମେଜୟ ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ ୪ ଥର ଡାକଶ୍ରୀ ଟାଇଟଲ ହାସଲ କରିଛନ୍ତି। ଏଥର ସେ ୫ମ ଥରପାଇଁ ଏହି ଟାଇଟଲ ହାସଲ କରିବାକୁ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି। ଭାରୋତ୍ତୋଳନ/ଶକ୍ତିଉତ୍ତୋଳନ ଟ୍ରାଏଲରେ ଯୋଗ୍ୟ ବିବେଚିତ ହୋଇଥିବା ପ୍ରତିଯୋଗୀମାନେ ହେଲେ କାମେଶ୍ୱର ନାୟକ(୮୫ କେଜି), ପ୍ରଦୀପ ସାହୁ(୫୪ କେଜି) ଓ ମଳୟ ରଞ୍ଜନ ପତି(୯୫ କେଜି)।

Share