୫ମ ସଂକ୍ରମିତଙ୍କ ସ୍ବାସ୍ଥ୍ୟ ଯାଞ୍ଚ ରିପୋର୍ଟ ଦେଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର,୨।୪(ବ୍ୟୁରୋ): ୫ମ କରୋନା ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରାଙ୍କ ଚିକିତ୍ସା ଏବଂ ଯାତାୟତ ବିବରଣୀ ରାଜ୍ୟ ସ୍ବାସ୍ଥ୍ୟବିଭାଗ ଗୁରୁବାର ପ୍ରକାଶ କରିଛି। ପ୍ରଦୀପ୍ତ କେବେ କେଉଁ ମେଡିକାଲକୁ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଯାଇଥିଲେ, କେତେ ଦିନତଳେ ପରୀକ୍ଷା କରିଥିଲେ ତାହାର ବିବରଣୀ ପ୍ରଦାନ କରିଛି। ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ପ୍ରଦୀପ୍ତ ପ୍ରଥମେ ମାର୍ଚ୍ଚ ୫ ତାରିଖରେ ଥଣ୍ଡା ଅନୁଭବ କରିବାରୁ ସୂର୍ଯ୍ୟନଗରସ୍ଥିତ ମହାଶକ୍ତି କ୍ଲିନିକ୍‌କୁ ଯାଇଥିଲେ। ପରେ ୧୨ତାରିଖରେ ଥଣ୍ଡା ସହ ଛାତିରେ କଫ ରହିବାରୁ ପୁର୍ନବାର ମହାଶକ୍ତି କ୍ଲିନିକକୁ ଯାଇଥିଲେ। ୨୭ ତାରିଖ ଅପରାହ୍ନରେ ନିଃଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଅନୁଭବ କରିବାରୁ ଆଇଏମ୍‌ଏସ୍‌ ସମ୍‌ ହସ୍ପିଟାଲର ଓପିଡିରେ ଦେଖାଇଥିଲେ। ୨୮ତାରିଖରେ ଏମ୍ସ ହସ୍ପିଟାଲ ଓପିଡିରେ ପରାମର୍ଶ କରି ଘରକୁ ଫେରିଥିଲେ। ଅଧିକ ଯନ୍ତ୍ରଣା ହେବାରୁ ୩୧ତାରିଖରେ ସେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହେବା ସହ ପରୀକ୍ଷା ପାଇଁ ନମୁନା ପ୍ରଦାନ କରିଥିଲେ। ଏପ୍ରିଲ୍‌ ୧ତାରିଖରେ ନମୁନା ରିପୋର୍ଟ ପଜିଟିଭ ଆସିଥିଲା ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି।

Share