୫ରୁ ଝାରସୁଗୁଡ଼ାରୁ ଭୁବନେଶ୍ୱର, ରାୟପୁରକୁ ଉଡ଼ିବ ବିମାନ

ଭୁବନେଶ୍ୱର, ୨ା୬(ବ୍ୟୁରୋ)- ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆସନ୍ତା ୫ ତାରିଖରୁ ଭୁବନେଶ୍ୱର ଓ ଛତିଶଗଡ଼ ରାଜଧାନୀ ରାୟପୁରକୁ ବିମାନ ଉଡ଼ାଣ ଆରମ୍ଭ ହେବ। ଆଲିଆନ୍ସ ଏୟାର ଏହି ସେବା ପ୍ରଦାନ କରିବ। ସକାଳ ୯ଟା ୫ରୁ ଭୁବନେଶ୍ୱର ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରି ୧୦ଟା ୧୦ରେ ଝାରସୁଗୁଡ଼ାରେ ପହଞ୍ଚତ୍ବ। ସେଠାରୁ ପୁଣି ୧୦ଟା ୩୫ରେ ଉଡ଼ାଣ କରି ପୂର୍ବାହ୍ନ ୧୧ଟା ୪୦ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବ। ସୂଚନାଯୋଗ୍ୟ, ଆଲିଆନ୍ସ ଏୟାର ହେଉଛି ଏୟାର ଇଣ୍ଡିଆର ଏକ ସହାୟକ ସଂସ୍ଥା। ଆଲିଆନ୍ସ ଏୟାର ତରଫରୁ ଏଟିଆର୍‌-୭୨ ବିମାନ ଚଳାଚଳ କରାଯିବ। ଏଥିତ୍ରେ ୭୨ଜଣ ଯାତ୍ରା କରିପାରିବେ।

Share