୫ରେ ବ୍ରହ୍ମଗିରିରେ ପକ୍ଷୀ ଗଣନା

ବ୍ରହ୍ମଗିରି,୩ା୧(ଡି.ଏନ୍‌.ଏ.): ଚିଲିକା, ବାହ୍ୟ ଚିଲିକା ଅଞ୍ଚଳ ଏବଂ ବିଭିନ୍ନ ଜଳାଶୟରେ ବସବାସ କରୁଥିବା ପକ୍ଷୀମାନଙ୍କ ଗଣନା ୫ ତାରିଖରେ ଅନୁଷ୍ଠିତ ହେବ। ଏ ନେଇ ବ୍ରହ୍ମଗିରି ରେଞ୍ଜ ଅଧିକାରୀ ରଜତ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ଏହି ପକ୍ଷୀ ଗଣନା ପାଇଁ ପୁରୀ ବାଲୁଖଣ୍ଡରେ ଗୁରୁବାର ବନ ବିଭାଗ କର୍ମଚାରୀ, ପକ୍ଷୀ ବିଶାରଦ ଓ ପରିବେଶବିତ୍‌ଙ୍କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା।