Advertisement

୫ଶହ ଟଙ୍କା ଦେଲେ କଏଦୀ ଭଳି ରହିବାକୁ ମିଳେ ଏହି ଜେଲ୍‌ରେ…

ଜେଲ୍‌ରେ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା କଏଦୀଙ୍କୁ ରଖାଯାଇଥାଏ। ତେବେ ଏପରି ଏକ ଜେଲ୍‌ ରହିଛି ଯେଉଁଠି ଦେଶ ବିଦେଶରୁ ପର୍ଯ୍ୟଟକ କଏଦୀଭାବେ ରହିବାକୁ ଆସିଥାନ୍ତି। ସେଥିପାଇଁ ସେମାନଙ୍କୁ ଟିକେଟ କାଟି ଜେଲ୍‌ ଭିତରକୁ ଆସିବାକୁ ପଡିଥାଏ। ଏପରି ଏକ ଜେଲ୍‌ ତେଲେଙ୍ଗାନା ମେଢ଼କଠାରେ ରହିଛି। ସଙ୍ଗାରେଡ୍ଡୀ ଜେଲ୍‌ ଭାବେ ଏହା ବେଶ୍‌ ଜଣାଶୁଣା। ଏଠାରେ ବନ୍ଦୀ ଜୀବନ କାଟିବାକୁ ଚାହୁଁଥିବା ବ୍ୟକ୍ତି ୫ଶହ ଟଙ୍କା ଦେଇ ଟିକେଟ କାଟିଥାନ୍ତି। ସେମାନଙ୍କୁ କଏଦୀଙ୍କ ପୋଷାକ, ସିଲଭର ବାସନ ଆଦି ଯୋଗାଇ ଦିଆଯାଏ। ଏହା ସହିତ କଏଦୀଙ୍କ ଭଳି ଖାଦ୍ୟ ମଧ୍ୟ ଦିଆଯାଏ। ୨୨୫ ବର୍ଷ ପୁରୁଣା ଏହି ଜେଲ୍‌ ଏବେ ସଂଗ୍ରହାଳୟ ପାଲଟିଛି। ୧୭୯୬ ମସିହାରେ ଏହାର ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ। ଜେଲ୍‌ ୩ ଏକର ପରିମିତ ଅଞ୍ଚଳରେ ନିର୍ମିତ ହୋଇଛି। ପ୍ରତିଦିନ ଏଠାରେ ପର୍ଯ୍ୟଟକଙ୍କ ଗହଳି ହୋଇଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share