Categories: ଜାତୀୟ

୫ହଜାର ଟଙ୍କା ପାଇଁ ଅଢ଼େଇ ବର୍ଷର ଶିଶୁକୁ ଅତି ନିର୍ମମ ଭାବେ ହତ୍ୟା

ଲକ୍ଷ୍ନୌ,୭।୬: ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଚିତ୍ର ସାମ୍‌ନାକୁ ଆସିଛି। ମାତ୍ର ୫ହଜାର ଟଙ୍କା ପାଇଁ ଜଣେ ଅଢ଼େଇ ବର୍ଷର ଶିଶୁକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଅଲୀଗଡ଼ର ଟପ୍ପଲ ଥାନା ଅନ୍ତର୍ଗତ ବୁଢ଼ା ଗଁାରେ ପୀଡ଼ିତଙ୍କ ପରିବାର ଅନ୍ୟ ଜଣଙ୍କଠାରୁ ୪୦ହଜାର ଟଙ୍କା କରଜ କରିଥିଲେ। ତେବେ ୩୫ହଜାର ଟଙ୍କା ସୁଝି ଦେଇଥିବା ବେଳେ ଆଉ ୫ହଜାର ଟଙ୍କା ପାଇଁ ବିବାଦ ଲାଗି ରହିଥିଲା। ମେ ୩୧ରେ ତାଙ୍କ ଅଢ଼େଇ ବର୍ଷର ଶିଶୁ ଘରୁ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ହେଲେ ନିଖୋଜର ୫ ଦିନ ପରେ ଶିଶୁଟରି ମୃତଦେହ ଏକ ମଇଳା ଗୋଦାରୁ ଉଦ୍ଧାର କରାଯାଇଥିଲା। ମୃତଦେହକୁ କୁକୁର ପଲ ଝୁଣି ଖାଉଥିବା ବେଳେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ତେବେ ପୋଲିସ ଏହି ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କର ତଦନ୍ତ ଚଳାଇଛି।

Share