Categories: ମେଟ୍ରୋ

୫ହଜାର ଲାଞ୍ଚ: ସେକ୍ସନ ଅଫିସର ଗିରଫ

କଟକ ଅଫିସ,୨୨ା୧୧:  ଭୁବନେଶ୍ୱର ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟର ସେକ୍ସନ ଅଫିସର ଗୀତା ଖାଡିଆ ୫ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଗୁରୁବାର ଏହି ଲାଞ୍ଚ ସୀମାଞ୍ଚଳ ନାୟକଙ୍କଠାରୁ ଗ୍ରହଣ କରୁଥିଲେ। ସୀମାଞ୍ଚଳ ଉକ୍ତ କାର୍ଯ୍ୟାଳୟରେ ପୂର୍ବରୁ ପ୍ରୋଜେକ୍ଟ ଡାଇରେକ୍ଟର ଭାବେ କାର୍ଯ୍ୟ କରିଥିଲେ। ଏବେ ସେ ଅବସରପ୍ରାପ୍ତ। ପେନ୍‌ସନ୍‌ ସମ୍ପର୍କିତ କାଗଜପତ୍ର କାମ କରିବା ପାଇଁ ଗୀତା ଏହି ଲାଞ୍ଚ ଦାବି କରିଥିଲେ। ଏପରି କି ଲାଞ୍ଚ ନ ଦେଲେ ସରକାରୀ ସ୍ତରରେ ଉକ୍ତ କାର୍ଯ୍ୟ କରିବାରେ ସେ ବାଧା ସୃଷ୍ଟି କରିବେ ବୋଲି ଫୋନ ଯୋଗେ କହିଥିଲେ। ଏ ସମ୍ପର୍କରେ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା। ଗୁରୁବାର ଗୀତା ଭୁବନେଶ୍ୱରର କୃଷି ଭବନ ପଛ ଗେଟ୍‌ ନିକଟରେ ସୀମାଞ୍ଚଳଙ୍କଠାରୁ ୫ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। ଏପରି କି ଲାଞ୍ଚ ଟଙ୍କା ତାଙ୍କ ନିକଟରୁ ଜବତ କରାଯାଇଥିଲା। ଏହାପରେ ଭୁବନେଶ୍ୱରଠାରେ ଥିବା ତାଙ୍କ ଆବାସିକ ସରକାରୀ କ୍ବାର୍ଟରକୁ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଏ ସମ୍ପର୍କରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା(ନଂ.୫୯/୨୦୧୯) ରୁଜୁ କରାଯାଇ ଗୀତାଙ୍କୁ ଗିରଫ କରାଯାଇଛି।

Share