କେନ୍ଦୁଝର, ୨୦ା୪(ଡି.ଏନ.ଏ.): ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ମନୋଜ ମଞ୍ଜରୀ ଶିଶୁଭବନ ତରଫରୁ ହରିଚନ୍ଦନପୁର ଓ ବାଂଶପାଳ ବ୍ଲକର ୪୦ଟି ଆଦିବାସୀ ଅଧ୍ୟୁଷିତ ଗ୍ରାମରେ ୫ ହଜାର ମାସ୍କ ବଣ୍ଟନ କରାଯାଇଛି। ଆଦିବାସୀ ସ୍ବାସ୍ଥ୍ୟକେନ୍ଦ୍ର, ସୋମଗିରି ଅଧୀନରେ ଥିବା ଏହି ୪୦ଟି ପୋଷ୍ୟ ଗ୍ରାମରେ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡଃ ହୃଷିକେଶ ମିଶ୍ରଙ୍କ ନେତୃତ୍ୱରେ ନର୍ସ,ମେଡିକାଲ କର୍ମଚାରୀ ତଥା ୪୦ଜଣ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ଦ୍ୱାରା ମାସ୍କ ବଣ୍ଟନ କରାଯାଇଥିଲା। ଏମାନେ ମାସ୍କ ବଣ୍ଟନ କରିବା ସହିତ ଘର ଘର ବୁଲି କୋଭିଡ-୧୯ ଉପରେ ସଚେତନତା ସୃଷ୍ଟି କରି ସାମାଜିକ ଦୂରତା ରକ୍ଷା କରିବା,ସାବୁନ ଓ ସାନିଟାଇଜର ବ୍ୟବହାର,ମାସ୍କ ପିନ୍ଧିବା ସହିତ ପରିବେଶ ସଫାସୁତୁରା ରକ୍ଷା କରିବା ଉପରେ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ।

Share