୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କଲା ବ୍ଲକ ପ୍ରଶାସନ

ବନ୍ତ,୨୦ା୫(ଡି.ଏନ୍‌.ଏ.): ବାତ୍ୟା ‘ଅମ୍ଫନ୍‌’କୁ ନେଇ ଭଦ୍ରକ ଜିଲା ବନ୍ତ ବ୍ଲକବାସୀ ଭୟଭୀତ ଥିବା ବେଳେ ଏହାର ମୁକାବିଲା ନେଇ ବ୍ଲକ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ା ବୁଧବାର ମଧ୍ୟାହ୍ନ ସୁଦ୍ଧା ବ୍ଲକର ବିଭିନ୍ନ ବିଦ୍ୟାଳୟ, ପଞ୍ଚାୟତ ଗୃହ, ବାତ୍ୟା ଆଶ୍ରୟସ୍ଥଳରେ ଲୋକମାନଙ୍କୁ ଥଇଥାନ କରାଯାଇଛି ା ବିଟିପୁର ପଞ୍ଚାୟତର ହଳଦି ପୁହାଣି ପ୍ରାଥମିକ ବିଦ୍ୟାଳୟ, ବଡ଼ମହିଷଗୋଠ ପଞ୍ଚାୟତର ହରିପୁର ପ୍ରାଥମିକ ବିଦ୍ୟାଳୟ, କୁଆଁଶମଢ଼ିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରାମପୁର ପଞ୍ଚାୟତର ରଘୁନାଥପୁର ପ୍ରାଥମିକ ବିଦ୍ୟାଳୟ, କୌଶଲ୍ୟା ନୋଡାଲ ଉପ୍ରା ବିଦ୍ୟାଳୟ, କୁଣ୍ଡଳା ନୋଡାଲ ଉପ୍ରା ବିଦ୍ୟାଳୟ, ବଡ଼ବର୍ଚ୍ଚିକୟାଁ ପଞ୍ଚାୟତର ବିଶଲକଣା ପ୍ରାଥମିକ ବିଦ୍ୟାଳୟ, ଅଣିଜୋ ପଞ୍ଚାୟତର ନରିପୁର ଉପ୍ରା ବିଦ୍ୟାଳୟ, ଚାରିଗାଁ ପଞ୍ଚାୟତର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ସମେତ କେନ୍ଦୁଆପଦା, ତୋଡଗାଁ, ଛୟାଳସିଂ ଆଦି ପଞ୍ଚାୟତ ଗୃହରେ ପ୍ରାୟ ୫୦୦ ଲୋକଙ୍କୁ ଥଇଥାନ କରାଯାଇଛି ା ସମସ୍ତ ଲୋକଙ୍କ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି।