୫୦୮ ଦୀପ ପ୍ରଜ୍ଜ୍ୱୋଳନ କଲେ ଯୁବଗୋଷ୍ଠୀ

ବନ୍ତ,୬ା୪(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁରୋଧ କ୍ରମେ ସାରା ଦେଶରେ ରବିବାର ରାତି ୯ଟାରେ ୯ ମିନିଟ୍‌ ପାଇଁ ଦୀପ ପ୍ରଜ୍ଜ୍ୱୋଳନ କରାଯାଇଥିଲା। ଏହି ଅବସରରେ ଭଦ୍ରକ ଜିଲା ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତରେ ସରପଞ୍ଚ କିଶୋର କିଙ୍କର ପଢିଆରୀଙ୍କ ତତ୍ତ୍ୱାବଧାନରେ ଯୁବଗୋଷ୍ଠୀ ୫୦୮ ଦୀପ ପ୍ରଜ୍ଜ୍ୱୋଳନକରି କରୋନା ମହାମାରୀକୁ ଦେଶରୁ ବିଦାୟ ଦେବାନେଇ ଠାକୁରଙ୍କୁ ପ୍ରାର୍ଥନା କରିଥିଲେ। ଏହି କାର୍ଯ୍ୟରେ ସୁଶାନ୍ତ କୁମାର ଦାଶ, ପିତାମ୍ବର ପୁହାଣ, ରାଜୀବ ଲୋଚନ ଦାସ, ଅଭିମନ୍ୟୁ ମହୁରୀ, ତ୍ରିଲୋଚନ ଦାଶ, ସୁରେଶ ମଲ୍ଲିକ, ଜଗବନ୍ଧୁ ବାରିକ, ଭାଗିରଥି ଦାଶ ପ୍ରମୁଖ ସହଯୋଗ କରିଥିଲେ ା