୫୦ କିଲୋ ସୁନାରେ ନିର୍ମାଣ ଚାଲିଛି ମା’ ଦୁର୍ଗାଙ୍କ ମୂର୍ତ୍ତି

କୋଲକାତା,୨୬।୯:ନବରାତ୍ର ଆରମ୍ଭ ହେବାକୁ ଆଉ ମାତ୍ର ୨ଦିନ ବାକି ଅଛି। ଏଥିପାଇଁ ଚାରିଆଡେ ପ୍ରସ୍ତୁତି ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର ଦୁର୍ଗା ପୂଜା ଏକ ସ୍ବତନ୍ତ୍ରତା ବଜାୟ ରଖିଛି। ଏଠାରେ ଭବ୍ୟ ପୂଜା ପେଣ୍ଡାଲକୁ ନେଇ ସାରା ଦେଶରେ ପ୍ରସିଦ୍ଧ। ଇତିମଧ୍ୟରେ କୋଲକାତାରେ ୫୦ କିଲୋ ସୁନାରେ ନିର୍ମାଣ ଚାଲିଛି ମା’ ଦୁର୍ଗାଙ୍କ ମୂର୍ତ୍ତି। ଏହାର ମୂଲ୍ୟ ମୂଲ୍ୟ ୨୦ କୋଟିରୁ ଅଧିକ ହେବ ବୋଲି ଜଣାପଡିଛି। ପ୍ରତିବର୍ଷ ଏଠାରେ ଭବ୍ୟ ଢଙ୍ଗରେ ମା’ ଦୁର୍ଗାଙ୍କ ପେଣ୍ଡାଲ ନିର୍ମାଣ କରାଯାଏ। ଚଳିତବର୍ଷ ମା’ଙ୍କ ୧୩ଫୁଟ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ସମ୍ପୂର୍ଣ୍ଣ ସୁନାରେ ନିର୍ମାଣ କରାଯାଉଛି।

Share