ହାଇଦ୍ରାବାଦ,୨୩।୬: ତେଲେଙ୍ଗାନାର ବିକାରାବାଦରେ ନଗରପାଳିକା ଏଜେନ୍ସି ଦ୍ୱାରା ୫୦ରୁ ଊର୍ଦ୍ଧ୍ୱ କୁକୁରଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ପୋଲିସର ସୂଚନା ଅନୁଯାୟୀ, କୁକୁର ଗୁଡିକର ମୃତ ଶରୀରକୁ ସହର ବାହାରେ ଅର୍ଥାତ୍ ରାଜଧାନୀ ହାଇଦ୍ରାବାଦରୁ ପାଖାପାଖି ୭୫ କିଲୋମିଟର ଦୂରରେ ପୋତି ଦିଆଯାଇଛି। ଏକ ଟ୍ରେଲର ଟ୍ରକ୍ରେ କୁକୁର ଗୁଡିକର ମୃତଦେହ ଦେଖିବାକୁ ମିଳିବା ପରେ ଜଣେ ସ୍ଥାନୀୟ ବାସିନ୍ଦା ଏ ସମ୍ପର୍କରେ ପୋଲିସରେ ଖବର କରିଥିଲେ। ଉକ୍ତ ବ୍ୟକ୍ତି ଜଣକ ନଗର ନିଗମ ଅଧିକାରୀଙ୍କ ନାଁରେ ପୋଲିସରେ ଏକ ମାମଲା ରୁଜୁ କରିଥିଲେ। ତେବେ କାହିଁକି ଓ କିଭଳି ଭାବରେ କୁକୁର ଗୁଡିକୁ ମାରି ଦିଆଯାଇଛି ତାହା ଜାଣିବା ପାଇଁ ମୃତ ଦେହକୁ ପଶୁ ଚିକିତ୍ସା ପ୍ରୟୋଗଶାଳାକୁ ପଠାଇ ଦିଆଯାଇଥିବା ପୋଲିସ କହିଛି।