୫୦ କୋଟି କ୍ଲବ୍‌ରେ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର’

ମୁମ୍ବାଇ: ଦର୍ଶକଙ୍କ ଭରପୂର ମନୋରଞ୍ଜନ କରୁଛି ବରୁଣ ଧାଓ୍ବନ-ଶ୍ରଦ୍ଧା କପୁର ଅଭିନୀତ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ଥ୍ରୀଡି’। ଛ’ ଦିନ ରିଲିଜ୍‌ ପରେ ଫିଲ୍ମ ୫୦ କୋଟି କ୍ଲବ୍‌ରେ ସାମିଲ ହୋଇଛି। ଏନେଇ ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

‘ପଙ୍ଗା’ ସହ ଟକ୍କର ସତ୍ତ୍ୱେ ଫିଲ୍ମ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରୁଛି। ରିଲିଜ୍‌ ଦିନ ଅର୍ଥାତ୍‌ ଶୁକ୍ରବାର ୧୦.୨୬ କୋଟି, ଶନିବାର ୧୩.୨୧ କୋଟି, ରବିବାର ୧୭.୭୬ କୋଟି, ସୋମବାର ୪.୬୫ କୋଟି, ମଙ୍ଗଳବାର ୩.୩୩ କୋଟି, ବୁଧବାର ୩.୫୮ କୋଟି ସହ ମୋଟ ୫୩.୩୪ କୋଟି ରୋଜଗାର କରିଛି ଫିଲ୍ମ।

ଷ୍ଟ୍ରିଟ୍‌ ଡ୍ୟାନ୍ସରରେ ଶ୍ରଦ୍ଧା-ବରୁଣଙ୍କ ବ୍ୟତୀତ ପ୍ରଭୁଦେବା, ନୋରା ଫତେହୀ, ସଲ୍‌ମାନ ୟୁସୁଫ୍‌ ଖାଁ, ଧର୍ମେଶ, ପୁନିତ୍‌ ପାଠକ, ରାଘବ ଜୁୟାଲ ପ୍ରମୁଖ କଳାକାର ନଜରକୁ ଆସୁଛନ୍ତି। ଏହାର ନିର୍ଦ୍ଦେଶନା ରେମୋ ଡିସୁଜା କରିଛନ୍ତି।

Share