Categories: ଖେଳ

୫୦ ନିୟୁତ ଛୁଇଁଲା କୋହଲିଙ୍କ ଇନ୍‌ଷ୍ଟା ଫଲୋଅର୍ସ ସଂଖ୍ୟା

ନୂଆଦିଲ୍ଲୀ,୧୮।୨- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ ସଂଖ୍ୟା ଖୁବ୍‌ ଅଧିକ। ଏକତା କାହାକୁ ଅଜଣା ନାହିଁ। ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଫଲୋଅର୍ସଙ୍କ ସଂଖ୍ୟା ୫୦ ନିୟୁତ ପହଞ୍ଚତ୍ଛି। ଇନ୍‌ଷ୍ଟାଗ୍ରାମରେ ୫୦ ନିୟୁତ ଫଲୋଅର୍ସ ହାସଲ କରିବାରେ କୋହଲି ଦେଶର ପ୍ରଥମ ସେଲିବ୍ରେଟି। ବର୍ତ୍ତମାନ ପିଢ଼ିର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିବେଚିତ ହେଉଥିବା କୋହଲି ଏପର୍ଯ୍ୟନ୍ତ ୯୩୦ ପୋଷ୍ଟ ଶେୟାର କରିଛନ୍ତି। ସେ ମୋଟ ୪୮୦ ଜଣଙ୍କୁ ଫଲୋ କରୁଛନ୍ତି। ୩୧ ବର୍ଷୀୟ ବ୍ୟାଟ୍ସମ୍ୟାନ ଦେଶର ସବୁଠୁ ମୂଲ୍ୟବାନ ବ୍ରାଣ୍ଡ। ସର୍ବାଧିକ ଫଲୋଅର୍ସ ଥିବା ଭାରତୀୟ ସେଲିବ୍ରେଟଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ପ୍ରିୟଙ୍କାଙ୍କ ଫଲୋଅର୍ସ ସଂଖ୍ୟା ୪୯.୯ ନିୟୁତ। ତାଙ୍କ ପଛକୁ ଅନ୍ୟତମ ଅଭିନେତ୍ରୀ ଦୀପିକା ପାଦୁକୋନ (୪୪.୧ ନିୟୁତ) ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (୩୪.୫ ନିୟୁତ) ରହିଛନ୍ତି। ତେବେ ୨୦୦ ନିୟୁତ ଫଲୋଅର୍ସଙ୍କ ସହ ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଶୀର୍ଷରେ ରହିଛନ୍ତି। ୧୭୨ ନିୟୁତ ହଲିଉଡ ଷ୍ଟାର ଡ୍ବେନ ଜନସନ ଟପ୍‌ ୫ରେ ରହିଛନ୍ତି।

Share