ବଇଣ୍ଡା, ୨୧ା୫(ଡି.ଏନ.ଏ.)- ଅନୁଗୋଳ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କିଶୋରନଗର ବ୍ଲକ ନୁନୁକାପଶି ରାମଦେଓ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରୁ ଗୁରୁବାର ୨୫ ଜଣ ଓଡ଼ିଆ ପ୍ରବାସୀ ଶ୍ରମିକଙ୍କ ସ୍ବାବ ସଂଗ୍ରହ କରାଯାଇଛି। ସେହିପରି ଗାଁ ବଇଣ୍ଡା ସଙ୍ଗରୋଧ କେନ୍ଦ୍ରରୁ ୧୭, ଇଚ୍ଛାପୁରରୁ ୩, ଲୁହାମୁଣ୍ଡାରୁ ୫ ଜଣକ ସ୍ବାବ ପରୀକ୍ଷା ପାଇଁ ନିଆଯାଇଛି। ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ସରୋଜ କୁମାର ନନ୍ଦ, ସ୍ବାସ୍ଥ୍ୟକର୍ମୀ ନାରାୟଣ ଦେହୁରୀ, ମନୋଜ ପ୍ରଧଶନ, ଆଶାକର୍ମୀ ମାନିଜା ସେଠୀ, କୋଭିଡ଼ ଷ୍ଟାଫ ନର୍ସ ନିହାରିକା ନାୟକ, ଚନ୍ଦନା ସାହୁ, ବିଦୁସ୍ମିତା ବେହେରା ପ୍ରମୁଖ ସ୍ବାବ ସଂଗ୍ରହ କରିଥିଲେ।