୫୦ ଫୁଟ ବ୍ରିଜ୍‌ ତଳକୁ ଖସିଲା ରୋଲର ବୋଝେଇ ଟ୍ରେଲର: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଦାରିଙ୍ଗବାଡ଼ି,୭।୧୦(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗାଠାରେ ୫୦ ଫୁଟ ପୋଲ ତଳକୁ ସୋମବାର ଏକ ରୋଲର ବୋଝେଇ ଟ୍ରେଲର ଖସି ପଡିଛି ା ଏଥିରେ କେହି ଆହତ ହୋଇ ନ ଥିବା ଜଣାପଡ଼ିଛି ।

ପ୍ରକାଶ ଯେ, ଏକ କମ୍ପାନୀର ଟ୍ରେଲରରେ ରୋଲର ବୋଝେଇ କରି ଠିକାଦାର ନିଜ ଘର ଦାରିଙ୍ଗବାଡ଼ିକୁ ଦଶହରା ପୂଜା କରିବାକୁ ସିକନବାଡ଼ି ଅଞ୍ଚଳରୁ ଆସୁଥିଲେ। ତେବେ ଘାଟି ଗଡ଼ୁଥିବା ବେଳେ ଟ୍ରେଲରର ବ୍ରେକ୍‌ଫେଲ ହୋଇଯିବାରୁ ପୋଲ ତଳକୁ ଖସିପଡିଥିଲା। ଏହି ସମୟରେ ଡ୍ରାଇଭର ଗାଡିରୁ ଡେଇଁପଡି ବଞ୍ଚି ଯାଇଛନ୍ତି। ଟ୍ରେଲରଟି ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ରୋଲର ମଧ୍ୟ ଭାଙ୍ଗି ଯାଇଛି ।

Share