Categories: ଖେଳ

୫୦ ବର୍ଷୀୟ ଖେଳାଳିଙ୍କ ବିଶ୍ୱକପ୍‌ରେ ଭାଗନେବ ଭାରତ

ନୂଆଦିଲ୍ଲୀ,୨।୧୨(ପି.ଟି.)- ଆସନ୍ତାବର୍ଷ ମାର୍ଚ୍ଚ ୧୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବାକୁ ଯାଉଛି ୫୦ ବର୍ଷୀୟ ଖେଳାଳିଙ୍କ କ୍ରିକେଟ ବିଶ୍ୱକପ୍‌ର ଦ୍ୱିତୀୟ ସଂସ୍କରଣ। ଏହି ଟୁର୍ନାମେଣ୍ଟରେ ପ୍ରଥମ ଥର ପାଇଁ ଭାରତ ଭାଗ ନେବ। ସେହିଭଳି ଓ୍ବେଷ୍ଟଇଣ୍ଡିଜ, ନାମ୍ବିଆ ଓ ଜିମ୍ବାଓ୍ବେ ମଧ୍ୟ ପଦାର୍ପଣ କରିବେ। ଗ୍ରୀନ ପଏଣ୍ଟ କ୍ରିକେଟ କ୍ଲବଠାରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରୁ ଭାରତ ତା’ର ଅଭିଯାନ ଆରମ୍ଭ କରିବ। ଭାରତୀୟ ଦଳ ପୁଲ ବି’ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ନାମ୍ବିଆ ଓ ଓ୍ବେଲ୍ସ ରହିଛନ୍ତି। ପୁଲ ଏ’ରେ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ, ଓ୍ବେଷ୍ଟଇଣ୍ଡିଜ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ସହ ଅନ୍ୟ ଦଳମାନେ ରହିଛନ୍ତି। ସ୍ପୋଟର୍‌ସ ଓ ବ୍ରାଣ୍ଡ ବିଶେଷଜ୍ଞ ଶୈଳେନ୍ଦ୍ର ସିଂ ଭାରତୀୟ ଦଳର ନେତୃତ୍ୱ ନେବେ। ଦଳକୁ କିମ୍ବଦନ୍ତୀ କପିଳ ଦେବ ଶୁଭକାମନା ଜଣାଇଛନ୍ତି। ଗତବର୍ଷ ସିଡ୍‌ନୀଠାରେ ଅନୁଷ୍ଠିତ ପ୍ରଥମ ସଂସ୍କରଣକୁ ଅଷ୍ଟ୍ରେଲିଆ ଜିତି ନେଇଥିଲା।

Share