Categories: ଜାତୀୟ

୫୦ ବର୍ଷ ତଳେ ଆତ୍ମନିର୍ଭର ଭାରତ ପ୍ରସ୍ତାବକୁ ଇନ୍ଦିରା ଗାନ୍ଧୀ କରିଥିଲେ ନିନ୍ଦା: ସୁବ୍ରମଣ୍ୟମ ସ୍ବାମୀ

ନୂଆଦିଲ୍ଲୀ, ୧୮।୬: କରୋନା ମହାମାରୀର ଆତଙ୍କ ଜାରି ରହିଥିବାବେଳେ ଆର୍ଥିକ ସୁଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଆତ୍ମନିର୍ଭର ଭାରତ ନିର୍ମାଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହାକୁ ଭାଜପା ସଦସ୍ୟ ସୁବ୍ରମଣ୍ୟମ ସ୍ବାମୀ ସ୍ବାଗତ କରିବା ସହିତ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସ୍ବାମୀ କହିଛନ୍ତି ଯେ, ଭାରତକୁ ଆର୍ଥିକ ଦୃଷ୍ଟିକୋଣରୁ ସଶକ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ଆତ୍ମନିର୍ଭର ଭାରତ ପ୍ରସ୍ତାବ ୫୦ ବର୍ଷ ତଳେ ସଂସଦରେ ଉପସ୍ଥାପିତ ହୋଇଥିଲା। ନାନାଜୀ ଦେଶମୁଖ ଏବଂ ଜଗନ୍ନାଥ ଯୋଶୀଙ୍କ ପକ୍ଷରୁ ସ୍ବଦେଶୀ ଯୋଜନା ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ତେବେ ୧୯୭୦ ମାର୍ଚ୍ଚ ୪ରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଲୋକ ସଭାରେ ଏହାର ନିନ୍ଦା କରିଥିଲେ। ସ୍ବଦେଶୀ ଯୋଜନା ଦ୍ୱାରା ଦେଶର ଜିଡ଼ିପି ହାର ୧୦ ପ୍ରତିଶତ ହାରରେ ବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଥିଲା। ଏବେ ମୋଦି ସରକାର ଏହି ଯୋଜନାକୁ ଲାଗୁ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥିବା ସ୍ବାମୀ କହିଛନ୍ତି।

 

Share