୫୦ ବର୍ଷ ପରେ ମିଳିଲା ବୋତଲରେ ବନ୍ଦ ଥିବା ଚିଠି

କାନବେରା,୧୮।୭: ପରସ୍ପର ମଧ୍ୟରେ ଚିଠି ଦିଆନିଆ ସାଧାରଣ କଥା। ମାତ୍ର ୫୦ ବର୍ଷ ପରେ ବୋତଲରେ ବନ୍ଦଥିବା ଚିଠି ମିଳିବା ଶୁଣିଲେ ଯେ କେହି ଚକିତ ହେବେ। ତେବେ ଝାୟା ଇଲିଅଟ୍‌ ନାମକ ଜଣେ ୯ ବର୍ଷ ବାଳକକୁ ଏଭଳି ଏକ ଚିଠି ମିଳିଛି। ସେ ଅଷ୍ଟ୍ରେଲିଆର ଏକ ନିର୍ଜନ ସମୁଦ୍ର କୂଳରେ ଖେଳୁଥିବା ବେଳେ ତାଙ୍କୁ ଏକ ବୋତଲ ମିଳିଥିଲା। ଏହାର ଠିପି ବନ୍ଦ ଥିବାବେଳେ ଏଥିରେ ଏକ କାଗଜ ଥିଲା। ସେ ଏହାକୁ ଖୋଲି ସ୍ଥାନୀୟ ପୋଲିସଙ୍କୁ ଦେଇଥିଲେ। ଚିଠିରେ ତାରିଖ ୧୯୬୯ ନଭେମ୍ବର ୧୭ ଲେଖାଥିଲା। ଏହାକୁ ପାଉଲ୍‌ ଗିଲ୍‌ମୋରେ ନାମକ ଜଣେ ୧୩ ବର୍ଷ ବୟସ୍କ ବାଳକ ନୂଆ ବନ୍ଧୁଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ। ଏହି ବୋତଲ ଯିଏ ପାଇବ ସେ ତାଙ୍କର ନୂଆ ବନ୍ଧୁ ହେବେ ବୋଲି ଚିଠିରେ ଲେଖାଥିଲା। ପୋଲିସ ଅନୁସନ୍ଧାନ କରି ଗିଲ୍‌ମୋରେଙ୍କ ଠିକଣା ପାଇଥିଲା। ସେ ଏହାକୁ ଭାରତ ମହାସାଗରରେ ପକାଇଥିବା କହିଥିଲେ। ଏବେ ଗିଲ୍‌ମୋରେଙ୍କୁ ୬୩ ବର୍ଷ

Share