୫୦ ବର୍ଷ ଲିଭ୍‌ଇନ୍‌ରେ ରହିବା ପରେ ହେଲା ବିବାହ

ରାୟପୁର,୧୬।୨: ଛତିଶଗଡ଼ରେ ୫୦ ବର୍ଷ ଲିଭ୍‌ଇନ୍‌ରେ ରହିବା ପରେ ଜଣେ ୬୭ ବର୍ଷ ବୟସ୍କା ମହିଳା ୭୩ ବର୍ଷ ବୟସ୍କ ପୁରୁଷଙ୍କ ବିବାହ କରିଛନ୍ତି। ସ୍ଥାନୀୟ କବର୍ଧା ଜିଲାର ଖୈରଝିଟି କଳା ଗାଁରେ ବାସ କରୁଥିବା ସୁକାଲ ନିଷାଦ ଏବଂ ଗୌତରହିନଙ୍କ ଙ୍‌ଦୀର୍ଘ ଦିନ ଧରି ଏକାଠି ରହିଥିଲେ। ଆର୍ଥିକ ସମସ୍ୟା ଯୋଗୁ ସେମାନଙ୍କର ବିବାହ ବେଦୀରେ ରୀତି ଅନୁସାରେ ହୋଇପାରି ନ ଥିଲା।  ସେମାନଙ୍କର ୨ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ଇତିମଧ୍ୟରେ ଦୁଇ ପୁଅଙ୍କ ବିବାହ ହେବା ପରେ ଝିଅଙ୍କ ବିବାହ ମଧ୍ୟ ଶେଷ ହୋଇଛି। ପିଲାମାନଙ୍କର ଆର୍ଥିକ ସ୍ଥିତି ସୁଧୁରି ଯିବା ପରେ ସେମାନେ ଶନିବାର ମାତାପିତାଙ୍କ ବିବାହ ଧୁମ୍‌ଧାମ୍‌ରେ କରିଛନ୍ତି। ଏହା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share