Categories: ଜାତୀୟ

‘୫୦ ବର୍ଷ ହେବ ଗଡୁଛି ୧୦୦୦ ମାମଲା’

ଗୁଆହାଟୀ, ୫ା୮(ପି.ଟି.): ଭାରତରେ ୫୦ ବର୍ଷ ହେବ ଏକ ହଜାରରୁ ଅଧିକ ମାମଲା ପଡ଼ିରହିଛି। ଦୁଇ ଲକ୍ଷରୁ ଅଧିକ ମାମଲା ୨୫ ବର୍ଷ ହେବ ପଡ଼ିରହିଛି। ଏଭଳି ମାମଲାଗୁଡ଼ିକର ତୁରନ୍ତ ସମାଧାନ କରାଯିବା ଦରକାର ବୋଲି ଭାରତର ପ୍ରଧାନ ବିଚାରପତି(ସିଜେଆଇ) ଜଷ୍ଟିସ୍‌ ରଞ୍ଜନ ଗୋଗୋଇ କହିଛନ୍ତି। ଗୁଆହାଟୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଆସାମ ମୁଖ୍ୟ ବିଚାରପତି ଜଷ୍ଟିସ ଅରୂପ କୁମାର ଗୋସ୍ବାମୀଙ୍କୁ ରାଜ୍ୟରେ ପଡ଼ିରହିଥିବା ମାମଲାଗୁଡ଼ିକର ଶୀଘ୍ର ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି। ଦେଶରେ ପ୍ରାୟ ୯୦ ଲକ୍ଷ ମାମଲା ପଡ଼ିରହିଛି। ଏମିତିକି, ୨୦ ଲକ୍ଷରୁ ଊର୍ଦ୍ଧ୍ୱ ମାମଲାରେ ଏପର୍ଯ୍ୟନ୍ତ ସମନ୍‌ଟିଏ ବି ଜାରି କରାଯାଇ ନାହିଁ ବୋଲି ଜଷ୍ଟିସ୍‌ ଗୋଗୋଇ ପ୍ରକାଶ କରିଛନ୍ତି। ପଡ଼ିରହିଥିବା ମାମଲାର ତୁରନ୍ତ ସମାଧାନ ଲାଗି ଗତ ଜୁଲାଇ ୧୦ରେ ସବୁ ରାଜ୍ୟର ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରିଥିବା ସେ ପ୍ରକାଶ କରିଛନ୍ତି।

Share