Categories: ଖେଳ

‘୫୦ ଲୋକ ମଧ୍ୟ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମ ଆସି ନ ଥିଲେ’:

ନୂଆଦିଲ୍ଲୀ, ୨।୯- କିଙ୍ଗଷ୍ଟନ ସାବିନା ପାର୍କରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ୨ୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଭାରତ ଦୃଢ଼ସ୍ଥିତିରେ ରହିଛି। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବୋଲର ଯଶପ୍ରୀତ୍‌ ବୁମ୍‌ରା ଏହି ମ୍ୟାଚ୍‌ରେ ହ୍ୟାଟ୍ରିକ ଅର୍ଜନ କରିସାରିଥିବାବେଳେ ବିରାଟ କୋହଲିଙ୍କ ପରି ଚର୍ଚ୍ଚିତ ଚେହେରା ଏକ ଅର୍ଦ୍ଧଶତକୀୟ ଇନିଂସ ଖେଳିସାରିଛନ୍ତି। ଭାରତ ଦୃଢ଼ସ୍ଥିତିରେ ରହିଥିଲେ ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅଧ୍ୟକ୍ଷ ରାଜୀବ ଶୁକ୍ଳା ଏହି ମ୍ୟାଚ୍‌କୁ ନେଇ ଖୁସି ନାହାନ୍ତି। ଏହାର କାରଣ ହେଉଛି ଷ୍ଟାଡିୟମରେ ଦର୍ଶକଙ୍କ ମରୁଡ଼ି। ମ୍ୟାଚ୍‌ ଦେଖିବାକୁ ୫୦ ଦର୍ଶକ ମଧ୍ୟ ଷ୍ଟାଡିୟମକୁ ଆସିନାହାନ୍ତି ବୋଲି ଭାରତୀୟ କ୍ରିକେଟ୍‌ର ଏହି ବରିଷ୍ଠ ପ୍ରଶାସନିକ ଅଧିକାରୀ କ୍ଷୋଭର ସହ କହିଛନ୍ତି। ‘ମୁଁ ଚଳିତ ହେଉଛି କି ଭାରତ-ଓ୍ବେଷ୍ଟଇଣ୍ଡିଜ ସିରିଜରେ ୫୦ଜଣ ଦର୍ଶକ ମଧ୍ୟ ଉପସ୍ଥିତ ନାହାନ୍ତି। ଯେତେବେଳେ କି ଓ୍ବେଷ୍ଟଇଣ୍ଡିଜରେ ବହୁଳ ମାତ୍ରାରେ ପ୍ରବାସୀ ଭାରତୀୟ ରହୁଛନ୍ତି। କାରବୀୟ ଆଇସ୍‌ଲାଣ୍ଡରେ କ୍ରିକେଟ୍‌ ପ୍ରତି ଲୋକଙ୍କ ବୈମୁଖ ମନୋଭାବ ଲାଗି ଆଇସିସିକୁ କିଛି କରିବାକୁ ପଡ଼ିବ। ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍‌କୁ ମଧ୍ୟ ଏ ଦିଗରେ ଧ୍ୟାନଦେବା ଜରୁରୀ ହୋଇଛି’ ବୋଲି ଶୁକ୍ଳା ତାଙ୍କ ଟୁଇଟର୍‌ ପୃଷ୍ଠାରେ ଉଲ୍ଲେଖ କରିଛନ୍ତି।

Share