Categories: ଗଞ୍ଜାମ

୫୦ ହଜାର ଚାଷୀ ବିକି ପାରିଲେନି ଧାନ

ଛତ୍ରପୁର,୨୬।୫(ଡି.ଏନ.ଏ)-ଗଞ୍ଜାମ ଜିଲାର ଚାଷୀମାନଙ୍କଠାରୁ ଖରିଫ୍‌ ଧାନ କିଣା ପ୍ରକ୍ରିୟା ଗତ ଫେବୃୟାରୀ ୨୮ ତାରିଖ ପରଠାରୁ ବନ୍ଦ ହୋଯାଇଛି। ଫଳରେ ବହୁ ଚାଷୀ ସେମାନଙ୍କ ଧାନ ବିକି ପାରି ନ ଥିବା ଜଣାପଡିଛି ା ଅପରପକ୍ଷରେ ଗଞ୍ଜାମ ଜିଲାରେ ଧାନ କିଣା ଅବଧିରେ ଆଉ ବୃଦ୍ଧି କରାଯିବନି ବୋଲି ସୂଚନା ମିଳିଛି। ରବି ଧାନ କିଣା ପ୍ରକ୍ରିୟା ଆରମ୍ଭ କରାଯିବ ା ପୂର୍ବରୁ ଖରିଫ୍‌ ଧାନ କିଣା ପ୍ରକ୍ରିୟା ବନ୍ଦ ହୋଇଯାଇଥିବା ବେଳେ ଏ ସମ୍ପକରେ କାଗଜପତ୍ର ପ୍ରସ୍ତୁତ ଚାଲିଥିଲା ା ଏହି କାର୍ଯ୍ୟ ତୁରନ୍ତ ସାରି ଏହା ଉପରେ ରିପୋର୍ଟ ପଠାଇବାକୁ ଓଡିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକଙ୍କ ପକ୍ଷରୁ ଗଞ୍ଜାମ ଜିଲା ସିଏସଓଙ୍କୁ ନିର୍ଦ୍ଦେଶନାମା ଆସିଛି। ଆଉ ଧାନ କିଣା ଅବଧି ବୃଦ୍ଧି ହେବନି ବୋଲି ଉକ୍ତ ନିର୍ଦ୍ଦେଶନାମାରୁ ଏହା ସ୍ପଷ୍ଟ ହୋଇଛି। ଧାନ କିଣା ଅବଧି ବୃଦ୍ଧି କରି ବିକି ପାରି ନ ଥିବା ଚାଷୀଙ୍କଠାରୁ ଧାନ କିଣା ଆରମ୍ଭ କରିବାକୁ ଅନୁମତି ଦେବାକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏପ୍ରିଲ୨୩ ତାରିଖରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କମିଶନରଙ୍କୁ ଚିଠି ଲେଖିଥିଲେ ା ଅପରପକ୍ଷରେ ଜିଲାପାଳ ଚିଠି ପଠାଇବା ପୂର୍ବରୁ ଋଷିକୁଲ୍ୟା ରୟତ ମହାସଭାର ଏକ ପ୍ରତିନିଧିଦଳ ମଧ୍ୟ ରାଜ୍ୟ ଯୋଗାଣ ବିଭାଗର କମିଶନର ଓ ସମବାୟ ବିଭାଗ ସଚିବଙ୍କୁ ଭେଟି ପୁଣି ବିକି ପାରି ନ ଥିବା ଚାଷୀମାନଙ୍କଠାରୁ ଧାନ କିଣା ଆରମ୍ଭ କରିବାକୁ ସ୍ମାରକପତ୍ର ପ୍ରଦାନ କରିଥିଲେ ା ସେହିପରି ଏହାପରେ ମଧ୍ୟ ମହାସଭାର ଏକ ପ୍ରତିନିଧିଦଳ ଛତ୍ରପୁରରେ ଜିଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଜଣାଇଥିଲେ ା ଏପରିକି ଧାନ କିଣା ଆରମ୍ଭ କରିବା ଦାବି ନେଇ ମହାସଭା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ମଧ୍ୟ ଦିଆଯାଇଥିଲା। ମିଳିଥିବା ସୂଚନା ଅନୁସାରେ ଚଳିତବର୍ଷ ଚାଷୀମାନଙ୍କଠାରୁ ୩୯ ଲକ୍ଷ ୩୪ ହଜାର ୩୨୮ କୁଇଣ୍ଟାଲ ଧାନ କିଣିବାକୁ ସରକାର ଗଞ୍ଜାମ ଜିଲା ପାଇଁ ଟାର୍ଗେଟ ଦେଇଥିଲେ। ଅପରପକ୍ଷରେ ଚାଷୀମାନଙ୍କଠାରୁ ୩୭ ଲକ୍ଷ ୨ ହଜାର ୭୧୧ କୁଇଣ୍ଟାଲ ଧାନ କିଣାଯାଇଥିଲା ା ଖରିଫ ଧାନ ବିକିବାକୁ ଜିଲାର ୧ ଲକ୍ଷ ୨୮ ହଜାର ୭୯୫ ଚାଷୀ ଅନ୍‌ଲାଇନ୍‌ରେ ପଞ୍ଜୀକୃତ ହୋଇଥିଲେ ା ଅପରପକ୍ଷରେ ଜିଲାର ଆହୁରି ୫୦ ହଜାରରୁ ଊର୍ଦ୍ଧ୍ୱ ଚାଷୀ ଧାନ ବିକିପାରି ନ ଥିବା ମହାସଭା ପକ୍ଷରୁ ଅଭିଯୋଗ ହୋଇଛି ା ଗତ ବର୍ଷ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଧାନ କିଣା ଅବଧିକୁ ବୃଦ୍ଧି କରାଯାଇଥିବା ବେଳେ ଚଳିତ ବର୍ଷ ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ଧାନ କିଣାଯାଇଥିଲା ା