ରାଜନଗର, ୭।୧ (ଡି.ଏନ.ଏ.) : ରାଜନଗର ବଜାର ଉପରୁ ଜଣେ ବୃଦ୍ଧଙ୍କ ୫୦ ହଜାର ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ମହାକାଳପଡା ଥାନା ଅଧୀନ ଭୋପାଳ ଗ୍ରାମର ମୁରଲୀଧର ରାଉତ(୮୦) ରାଜନଗର ଷ୍ଟେଟ ବ୍ୟାଙ୍କରୁ ୫୦ହଜାର ଟଙ୍କା ଉଠାଇ ରାଜନଗର ବଜାରକୁ ଯାଇଥିଲେ। ରାଜନଗର ବ୍ଲକ ଛକ ନିକଟରେ ଥିବା ଏକ ନଳକୂପ ନିକଟରେ ମୁରଲୀଧର ବ୍ୟାଗ ରଖି ଧୋଇ ହେଉଥିବା ବେଳେ କେତେଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ ବ୍ୟାଗ ନେଇ ପଳାଇଥିଲେ। ଏ ଦେଇ ସେ ରାଜନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

Share