ତାଳଚେର, ୨୮ା୪(ନି.ପ୍ର.)
କରୋନା ମୁକାବିଲା ପାଇଁ ତାଳଚେର ବସ୍ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ସଂଘ ସଭାପତି ଶ୍ରୀକାନ୍ତ କୁମାର ପାଣି, ସାଧାରଣ ସମ୍ପାଦକ ସୁମନ ବେହେରା, କୋଷାଧ୍ୟକ୍ଷ ମଦନ ମୋହନ ମହାନ୍ତି, ସାମାଜିକକର୍ମୀ ବାପି ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଉପଜିଲାପାଳ ରଜନୀକାନ୍ତ ସ୍ବାଇଁଙ୍କ ମାଧ୍ୟମରେ ଟଙ୍କା ପ୍ରଦାନ କରିଥିଲେ। ଏଥିସହ ସଂଘ ପକ୍ଷରୁ ବସ୍ଗୁଡ଼ିକୁ ବିଶୋଧନ କରାଯାଇଛି। ଏଥିପାଇଁ ଉପଖଣ୍ଡ ପ୍ରଶାସନ ତରଫରୁ ସଂଘକୁ ଧନ୍ୟବାଦ ଜଣାଯାଇଛି।