Categories: ବାଣିଜ୍ୟ

୫୧ ଗ୍ରାହକଙ୍କ ଭିଟାରା ବ୍ରିଜା ଡେଲିଭରି ଦେଲା ମାରୁତି ସୁଜୁକି

ଭୁବନେଶ୍ୱର,୨୭-୬(ବ୍ୟୁରୋ): ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ପକ୍ଷରୁ ଏହାର ଲୋକପ୍ରିୟ ଏସ୍‌ୟୁଭି ମଡେଲ ‘ଭିଟାରା ବ୍ରିଜା’ର ସମୂହ ଡେଲିଭରି ପ୍ରଦାନ କରାଯାଇଛି। ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କମ୍ପାନୀର ଆଞ୍ଚଳିକ ପ୍ରବନ୍ଧକ ଭିଭେକ ସରୋଦ ୫୧ ଗ୍ରାହକଙ୍କୁ ଏହି ମଡେଲର ଚାବି ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ସଡ଼କ ସୁରକ୍ଷା ଏବଂ ଯାନର ଯତ୍ନ ନେଇ ଏକ ସେସନ ଅନୁଷ୍ଠିତ ହୋଇଥିଲା। ଏଥିରେ ୩୦୦ରୁ ଉର୍ଦ୍ଧ୍ୱ ଲୋକ ଅଂଶ ଗ୍ରହଣ କରିଥିଲେ। କମ୍ପାନୀ ସାରା ଦେଶରେ ମାସିକ ୧୨,୩୦୦ରୁ ଉର୍ଦ୍ଧ୍ୱ ୟୁନିଟ ଯାନ ବିକ୍ରି କରୁଛି। ଗତ ଆର୍ଥତ୍କ ବର୍ଷରେ କମ୍ପାନୀ ୧.୫ ଲକ୍ଷ ୟୁନିଟ ଯାନ ବିକ୍ରି କରିବାକୁ ସକ୍ଷମ ହୋଇଛି। ବଜାରକୁ ଆସିବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ୩.୫ ଲକ୍ଷ ୟୁନିଟରୁ ଅଧିକ ଯାନ ଗ୍ରାହକଙ୍କୁ ହସ୍ତାନ୍ତର କରିଛି। ମଡେଲଟିର ନୂଆ ଏଜିଏସ୍‌ ଭାରିଆଣ୍ଟ ବଜାରକୁ ଆସିଥିବା ବେଳେ ଏହା ଗ୍ରାହକଙ୍କ ଦ୍ୱାରା ବିଶେଷ ଭାବେ ଆଦୃତ ହେଉଥିବା ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ପକ୍ଷରୁ ସୂଚନା ରହିଛି।

Share