Categories: ଜାତୀୟ

୫୧ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ/ମୁମ୍ବାଇ,୩୦ା୯(ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ରବିବାର ପ୍ରଥମ ପର୍ଯ୍ୟାୟରେ ୫୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଭନଙ୍କୁ ଭୋକାର ଆସନରୁ ପ୍ରାର୍ଥୀ କରାଯାଇଥିବାବେଳେ ଦଳର ରାଜ୍ୟ ସଭାପତି ବିଜୟ ଓରଫ ବାଲାସାହେବ ଥୋରାଟ ସାଙ୍ଗମନେର୍‌ରୁ ଲଢ଼ିବେ। କଂଗ୍ରେସର ୨୩ ଜଣ ବିଧାୟକଙ୍କୁ ପ୍ରାର୍ଥୀ ହେବା ଲାଗି ସୁଯୋଗ ମିଳିଛି। ୨୦୧୪ ନିର୍ବାଚନରେ ଦଳ ୪୨ ଆସନରେ ଜିତିଥିଲା।
ପୂର୍ବତନ ମୁଖ୍ୟମନ୍ତ୍ରୀ ବିଳାସରାଓ ଦେଶମୁଖଙ୍କ ପୁଅ ଅମିତଙ୍କୁ ଲାଟୁର ଆସନରୁ ପ୍ରାର୍ଥୀ କରାଯାଇଥିବାବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କ କନ୍ୟା ପ୍ରଣୀତି ସୋଲାପୁର ସିଟି ସେଣ୍ଟ୍ରାଲ ଆସନରୁ ଲଢ଼ିବେ।

Share