Categories: ଜାତୀୟ

୫୧ ବର୍ଷ ତଳେ ରୋହତାଙ୍ଗ୍‌ ନିକଟରେ ନିଖୋଜ ହୋଇଥିବା ବାୟୁସେନା ବିମାନ ଏନ୍‌-୧୨ର ଭଗ୍ନାବଶେଷ ମିଳିଲା

ଚଣ୍ଡିଗଡ଼,୧୯।୮: ବାୟୁସେନାର ଏନ୍‌-୧୨ ବିଏଲ୍‌-୫୩୪ ବିମାନ ୫୧ ବର୍ଷ ତଳେ ୧୯୬୮ ଫେବୃୟାରୀ ୭ରେ ହିମାଚଳପ୍ରଦେଶ ରୋହତାଙ୍ଗ୍‌ ନିକଟରେ ନିଖୋଜ ହୋଇଯାଇଥିଲା। ସେତେବେଳେ ଏନେଇ ବହୁ ଖୋଜା ଖୋଜି ହୋଇଥିଲେ ମଧ୍ୟ ଏହାର ସନ୍ଧାନ ମିଳି ନ ଥିଲା। ତେବେ ଡୋଗରା ସ୍କାଉଟ୍‌ ଏବଂ ବାୟୁସେନା ଦ୍ୱାରା ଚଳିତ ବର୍ଷ ଜୁଲାଇ ୨୬ଠାରୁ ବିମାନକୁ ପୁଣି ଖୋଜିବା ଅଭିଯାନ ଆରମ୍ଭ ହୋଇଥିଲା। ଶେଷରେ ବିମାନର ଭଗ୍ନାବଶେଷ ଢ଼ାକା ଗ୍ଲାସିୟରରୁ ମିଳିଛି। ଏହି ଗ୍ଲାସିୟର ସମୁଦ୍ର ପତ୍ତନଠାରୁ ୫୨୪୦ ମିଟର ଉଚ୍ଚରେ ଥିବା କୁହାଯାଉଛି। ତେବେ ଏହି ସର୍ଚ୍ଚ ଅପରେଶନ୍‌ରେ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ୯୬ ଯବାନଙ୍କ ମୃତଦେହର କୌଣସି ସନ୍ଧାନ ମିଳି ପାରି ନାହିଁ। ତେବେ କେତେକ ଜିନିଷପତ୍ର ମିଳିଥିବା କୁହାଯାଉଛି। ସୂଚନାଯୋଗ୍ୟ, ବିମାନଟି ଚଣ୍ଡିଗଡ଼ରୁ ଯବାନଙ୍କୁ ନେଇ ଲେହ ଉଡ଼ାଣ କରୁଥିଲା।

Share