Categories: ଫୁରସତ

୫୧ ଲକ୍ଷରେ ବିକ୍ରି ହେଲା ଅଧିକ କ୍ଷୀର ଦେଉଥିବା ମଇଁଷି ସରସ୍ବତୀ

ହିସାର,୨୭।୨: ଅଧିକ କ୍ଷୀର ଦେଇ ବିଶ୍ୱ ରେକର୍ଡ କରିଥିବା ମୁରାହ ପ୍ରଜାତିର ମଇଁଷି ସରସ୍ବତୀ ୫୧ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି। ହରିୟାଣାର ହିସାର ଜିଲାର ଲିତାନିରେ ବାସ କରୁଥିବା ସୁଖବୀର ସିଂ ଢ଼ାଣ୍ଡା ସରସ୍ବତୀକୁ ଲୁଧିୟାନାର ପବିତ୍ର ସିଂଙ୍କୁ ବିକ୍ରି କରିଛନ୍ତି। ସରସ୍ବତୀ ୩୩.୧୩୧ ଲିଟର କ୍ଷୀର ଦେଇ ରେକର୍ଡ କରିଥିଲା। ଏହି ରେକର୍ଡ ପୂର୍ବରୁ ପାକିସ୍ତାନର ଏକ ମଇଁଷି ନାମରେ ଥିଲା। ସେ ମଇଁଷି ୩୨.୦୫୦ ଲିଟର କ୍ଷୀର ଦେଉଥିଲା। ସୁଖବୀର ସରସ୍ବତୀକୁ ଲକ୍ଷେ ୩୦ ହଜାର ଟଙ୍କାର କିଣିଥିଲେ। ତେବେ କ୍ଷୀର ଦେବାରେ ରେକର୍ଡ ହେବା ପରେ କାଳେ କିଏ ସରସ୍ବତୀକୁ ଚୋରି କରିନେବ ସେଥି ପାଇଁ ସୁଖବୀର ତାକୁ ବିକ୍ରି କରିଥିବା କହିଛନ୍ତି। ସରସ୍ବତୀକୁ ବିଦାୟ ଦେବା ପାଇଁ ୭୦୦ରୁ ଅଧିକ ଚାଷୀ ଏକତ୍ରିତ ହୋଇଥିଲେ।

Share