୫୨ କି.ମି. ଦୂରତାରେ ପାଣିକୋଇଲି-ମଙ୍ଗୁଳି ଟୋଲଗେଟ୍‌ : ବେଆଇନ ଭାବେ କୋଟି କୋଟି ଟଙ୍କା ଆଦାୟ

ଯାଜପୁର ଅଫିସ,୩୦ା୯: ସମ୍ପ୍ରତି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପାଳନ କରିବାକୁ ଯାଇ ରାଜ୍ୟ ସରକାର ନୂଆ ପରିବହନ ଆଇନକୁ କଡାକଡ଼ି କରିଛନ୍ତି। ଆରଟିଓରେ ନିୟୋଜିତ ଦଲାଲଙ୍କୁ ଗିରଫ କରାଯାଉଛି। କିନ୍ତୁ ରାଜ୍ୟ ପରିବହନ ବିଭାଗ କମିଶନରଙ୍କ ନିଷ୍ପତ୍ତିକୁ ୩ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ବି କାର୍ଯ୍ୟକାରୀ ହୋଇପାରୁ ନାହିଁ। ଇତିମଧ୍ୟରେ ବିନା ଅଟୋମେଟିକ ବୁମରେ ପାଣିକୋଇଲି ଓ ଶ୍ରୀରାମପୁର ଟୋଲଗେଟରୁ ସମ୍ପୃକ୍ତ ଠିକାସଂସ୍ଥା ଗାଡ଼ି ମୋଟରରୁ ଦୈନିକ ଲକ୍ଷାଧିକ ଟଙ୍କା ଆଦାୟ କରୁଛନ୍ତି। ରାଜ୍ୟ ସରକାର ୫-ଟି ଉପରେ ଅଧିକ ମନୋଯୋଗ କରୁଥିଲେ ହେଁ ଟୋଲଗେଟ ମାଧ୍ୟମରେ ଏହି ବ୍ୟାପକ ବେଆଇନ କାରବାରକୁ ରୋକିବାରେ ବିଫଳ ହୋଇଛନ୍ତି। ଫଳରେ ଲକ୍ଷାଧିକ ଗାଡ଼ି ମାଲିକ ଅସନ୍ତୁଷ୍ଟ ହେଉଛନ୍ତି। ଏପରିକି ବିଭିନ୍ନ ସମୟରେ ସେଠାରେ ଟୋଲ ପ୍ଲାଜା କର୍ତ୍ତୃପକ୍ଷ ଓ ଗାଡ଼ି ମାଲିକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଉଥିବା ନଜିର ରହିଛି।
୬ ନମ୍ବର ଜାତୀୟ ରାଜପଥ(ଏନ୍‌ଏଚ୍‌)ର ଚଣ୍ଡିଖୋଲରୁ ଭଦ୍ରକ ୭୪.୫ କି.ମି. ୬ ଲେନ ସମ୍ପ୍ରସାରଣ ସମୟରେ ପାଣିକୋଇଲି ଟୋଲପ୍ଲାଜା ଭଦ୍ରକ ଜିଲାର ଆଖୁଆପଦାକୁ ସ୍ଥାନାନ୍ତରଣ ହେବ ବୋଲି ୨୦୧୮ ନଭେମ୍ବରରେ ଏନ୍‌ଏଚ୍‌ଆଇ ପକ୍ଷରୁ ସୂଚନା ମିଳିଥିଲା। ତେବେ ଟୋଲପ୍ଲାଜା ଠିକାସଂସ୍ଥାର ଅର୍ଥ ଓ ରାଜନୈତିକ କ୍ଷମତା ବଳରେ ଏନ୍‌ଏଚ୍‌ଆଇର ଏହି ନିଷ୍ପତ୍ତି ମଧ୍ୟ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଅନ୍ୟପକ୍ଷେ ଟୋଲପ୍ଲାଜା ପାଇଁ ଆଖୁଆପଦାରେ ଜମି ଅଧିଗ୍ରହଣ କାର୍ଯ୍ୟ ଚାଲିଛି ଏବଂ ୬ ଲେନ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେଲେ ପାଣିକୋଇଲି ଟୋଲପ୍ଲାଜା ସ୍ଥାନାନ୍ତରଣ ହେବ ବୋଲି ଏନଏଚ୍‌ଆଇ ପକ୍ଷରୁ ଗତ ମେ ମାସରେ କୁହାଯାଇଥିଲା। କିନ୍ତୁ ପାଣିକୋଇଲି ଟୋଲପ୍ଲାଜା ସ୍ଥାନାନ୍ତରଣ ନେଇ ଏଯାଏ କୌଣସି ଅଗ୍ରଗତି ହୋଇପାରି ନାହିଁ। ସୂଚନାଯୋଗ୍ୟ ଯେ, ଏନ୍‌ଏଚ୍‌ଆଇର ଗାଇଡଲାଇନ ଅନୁଯାୟୀ ଗୋଟିଏ ଟୋଲଗେଟରୁ ଅନ୍ୟ ଟୋଲଗେଟର ଦୂରତା ଅତିକମ୍‌ରେ ୬୦ କିଲୋମିଟର ହେବା ଆବଶ୍ୟକ। କିନ୍ତୁ ୬ ନମ୍ବର ଜାତୀୟ ରାଜପଥ, ଚଣ୍ଡୀଖୋଲ-ପାରାଦୀପ ୫୩ ନମ୍ବର ଏବଂ ପାଣିକୋଇଲି-କେନ୍ଦୁଝର ୨୦ନମ୍ବର ଜାତୀୟ ରାଜପଥର ୧୦୦ କି.ମି. ଦୂରତା ମଧ୍ୟରେ ୪ଟି ଟୋଲପ୍ଲାଜା ରହିଛି।ସେଥିମଧ୍ୟରୁ ଯାଜପୁର ଜିଲାରେ ପାଣିକୋଇଲି ଓ ଶ୍ରୀରାମପୁରରେ ୨ଟି ଟୋଲପ୍ଲାଜା କାର୍ଯ୍ୟ କରୁଛି। କେବଳ ୬ ନମ୍ବର ଏନଏଚ୍‌ରେ ୫୨ କି.ମି. ଦୂରତା ମଧ୍ୟରେ ପାଣିକୋଇଲି ଓ ମଙ୍ଗୁଳି ଟୋଲପ୍ଲାଜାରୁ ଦୈନିକ ଲକ୍ଷାଧିକ ଟଙ୍କା ଟୋଲ୍‌ ଫି’ ଆଦାୟ ଚାଲିଛି। ତେଣୁ ଜାତୀୟ ରାଜପଥ ପ୍ରାଧିକରଣ(ଏନଏଚଆଇ) ପକ୍ଷରୁ ମଙ୍ଗୁଳି ଟୋଲପ୍ଲାଜାକୁ ବନ୍ଦାଳୋ, ପାଣିକୋଇଲି ଟୋଲପ୍ଲାଜାକୁ ଭଦ୍ରକ ଜିଲା ଆଖୁଆପଦା ଏବଂ ଶ୍ରୀରାମପୁର ଟୋଲପ୍ଲାଜାକୁ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇକୁ ସ୍ଥାନାନ୍ତରଣ କରିବାକୁ ୨୦୧୬ ଜୁଲାଇରେ ନିଷ୍ପତ୍ତି ହୋଇଥିଲା। ଏହି ତିନି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ପରିବହନ କମିଶନର ତାଙ୍କ ପତ୍ରସଂଖ୍ୟା ୧୧୦୬୩/୧୯ା୭ା୨୦୧୬ରେ ୱାର୍କର୍ସ ସେକ୍ରେଟାରୀଙ୍କୁ ପତ୍ର ଲେଖିଥିଲେ। ହେଲେ ପତ୍ର ଜାରି ହେବାର ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇ ସାରିିଥିଲେ ହେଁ ପାଣିକୋଇଲି ଟୋଲପ୍ଲାଜା ସ୍ଥାନାନ୍ତରଣକୁ ନେଇ ସନ୍ଦୀହାନ ଦେଖାଦେଇଛି। ଏ ସଂକ୍ରାନ୍ତରେ ବାଲେଶ୍ୱର ଏନ୍‌ଏଚ୍‌ଆଇ ପ୍ରକଳ୍ପ ନିର୍ଦ୍ଦେଶକ ନାଗେଶ୍ୱର ରାଓଙ୍କୁ ପଚାରିବାରୁ, ବର୍ଷା ପରେ ଆଖୁଆପଦା ଟୋଲପ୍ଲାଜା କାର୍ଯ୍ୟ ଆରମ୍ଭ ହେବ। ବର୍ଷକ ପରେ ପାଣିକୋଇଲି ଟୋଲପ୍ଲାଜା ସ୍ଥାନାନ୍ତରଣ କରାଯିବ ବୋଲି ସେ କହିଛନ୍ତି। ତେବେ ଏଭଳି ଭାବେ ଦିନ ଗଡି ଚାଲିଥିବାବେଳେ ପାଣିକୋଇଲି ଟୋଲାପ୍ଲାଜା ସ୍ଥାନାନ୍ତରଣକୁ ନେଇ ଲୋକଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri