Categories: ଜାତୀୟ

୫୨ ଦିନ ପରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ପାର୍ଶ୍ୱରେ ପହଞ୍ଚିବ ଚନ୍ଦ୍ରାୟନ-୨

ନୂଆଦିଲ୍ଲୀ,୧୪।୭: ଭାରତର ଚନ୍ଦ୍ର ମିଶନ ଅନ୍ତର୍ଗତ ଚନ୍ଦ୍ରାୟନ-୨ ଜୁଲାଇ ୧୪-୧୫ ଭୋର୍‌ ୨ଟା ୫୧ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଇସ୍ରୋର ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ କରାଯିବ। ଜିଏସ୍‌ଏଲ୍‌ଭି ମାର୍କ-୩ ବାହୁବଳୀ ରକେଟରେ ଏହାର ଉତ୍‌କ୍ଷେପଣ କରାଯିବ। ୫୨ ଦିନ ପରେ ସେପ୍ଟେମ୍ବର ୬ କିମ୍ବା ୭ରେ ଏହା ଚନ୍ଦ୍ରପୃଷ୍ଠରେ ପହଞ୍ଚିବ। ଏହା ଚନ୍ଦ୍ରର ଦକ୍ଷିଣ ପାର୍ଶ୍ୱରେ ଅବତରଣ କରିବ। ପୃଥିବୀକୁ ଚନ୍ଦ୍ରର ଉତ୍ତର ପାର୍ଶ୍ୱ ଦେଖାଯାଇଥାଏ। ଏହାର ଦକ୍ଷିଣ ପାର୍ଶ୍ୱରେ କମ୍‌ ଆଲୋକ ପଡୁଥିବାରୁ ଏହା ଅନ୍ଧାର ଭଳି ଦେଖାଯାଇଥାଏ। ପ୍ରଥମ ମହାକାଶ ଯାନ ଭାବେ ଚନ୍ଦ୍ରାୟନ-୨ ଚନ୍ଦ୍ରର ଦକ୍ଷିଣ ପାର୍ଶ୍ୱ ସମ୍ପର୍କରେ ତଥ୍ୟ ପ୍ରେରଣ କରିବା। ଏହି ତଥ୍ୟ ଭବିଷ୍ୟତ ଚନ୍ଦ୍ର ମିଶନ ପାଇଁ ବେଶ୍‌ ସହାୟକ ହୋଇପାରିବ ବୋଲି କୁହାଯାଉଛି।

Share