୫୩ ନଂ. ଜାତୀୟ ରାଜପଥରେ ଗର୍ତ୍ତ

ସରଣ୍ଡା, ୨।୭(ଡି.ଏନ୍‌.ଏ.)- ବରଗଡ-ସମ୍ବଲପୁର ୫୩ନଂ ଜାତୀୟ ରାଜପଥର ସରଣ୍ଡା ମନ୍ଦିର ଛକ ରାସ୍ତାରେ ମଙ୍ଗଳବାର ମଧ୍ୟାହ୍ନରେ ଏକ ଗର୍ତ୍ତ ସୃଷ୍ଟି ହୋଇଛି। ଏହା ୨ ଫୁଟ ଓସାର ଏବଂ ୫ରୁ ୬ଫୁଟ ଗଭୀର ହୋଇଥିବା ଯୋଗୁ ଅଘଟଣ ଘଟିବାର ସମ୍ଭାବନା ଦେଖାଯାଇଛି। ତେବେ ସ୍ଥାନୀୟ ଲୋକେ ତତ୍କାଳ ବୁଦ୍ଧି ଖଟାଇ ଉକ୍ତ ରାସ୍ତା ଦେଇ ଯାଉଥିବା ଯାନବାହନକୁ ଅଟକାଇଥିଲେ। ପରେ ପୋଲିସକୁ ଖବର ଦେବା ପରେ ଅପରାହ୍ନ ୪ଟାରେ ‘ଅଶୋକା’ର କର୍ମଚାରୀମାନେ ପହଞ୍ଚିି ଘଟଣାର ତର୍ଜମା କରି ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି।