୫୪ ବର୍ଷରେ କିଙ୍ଗ୍‌ ଖାଁ: ଗୌରୀଙ୍କୁ ନେଇ ପ୍ରେମ କାହାଣୀ ରହିଥିଲା ଚର୍ଚ୍ଚାରେ…

ମୁମ୍ବାଇ,୨।୧୧: କିଙ୍ଗ୍‌ ଖାଁ ଶାହରୁଖ୍‌ ଶନିବାର ୫୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୫ ନଭେମ୍ବର ୨ରେ ସେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଗୌରୀଙ୍କୁ ନେଇ ତାଙ୍କର ପ୍ରେମ କାହାଣୀ ବେଶ୍‌ ଚର୍ଚ୍ଚାରେ ରହିଥିଲା। ଟିଭି ସିରିଏଲ୍‌ ସର୍କସରେ ଅଭିନୟ କରିବା ପରେ ଶାହରୁଖ ବଲିଉଡ୍‌ରେ ପାଦଥାପିଥିଲେ। ୧୯୮୪ରେ ଦିଲ୍ଲୀର ପଞ୍ଚଶୀଳ କ୍ଲବ୍‌ରେ ୧୯ ବର୍ଷ ବୟସ୍କ ଶାହରୁଖ୍‌ ୧୪ ବର୍ଷ ବୟସ୍କା ଗୌରୀଙ୍କୁ ପ୍ରଥମ ଥର ପାଇଁ ଭେଟିଥିଲେ। ୧୯୮୪ ଅକ୍ଟୋବର ୨୫ରେ ଦୁହିଁଙ୍କ ମଧ୍ୟରେ ସାକ୍ଷାତ୍‌ ସମୟରେ ଉଭୟ ପରସ୍ପରର ଫୋନ୍‌ ନମ୍ବର ନେଇଥିଲେ। ପରେ ଆରମ୍ଭ ହୋଇଥିଲା ପ୍ରେମ କାହାଣୀର ଆରମ୍ଭ। ଦୁଇଜଣଙ୍କ ପ୍ରେମ ସମ୍ପର୍କ ଗୌରୀଙ୍କ ପରିବାର ଲୋକେ ଜାଣିଥିଲେ। ତେବେ ଶାହରୁଖଙ୍କୁ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ଗୌରୀଙ୍କ ପରିବାର ପକ୍ଷରୁ କୁହାଯାଇଥିଲା। ମାତ୍ର ଏହାକୁ ଗୌରୀ ମନା କରିଥିଲେ। ଶାହରୁଖଙ୍କୁ ସେ ନିଜ ଧର୍ମ ପରିବର୍ତ୍ତନ କରିବାକୁ ମନା କରିଥିଲେ। ଏହା ଦ୍ୱାରା ତାଙ୍କର ଭଲ ପାଇବାର ମୂଲ୍ୟ ରହିବ ନାହିଁ ବୋଲି ଗୋରୀ ଚିନ୍ତା କରିଥିଲେ। ୧୯୯୧ ଅଗଷ୍ଟ ୨୬ରେ ଦୁହେଁ କୋର୍ଟରେ ବିବାହ କରିଥିଲେ। ପରେ ୧୯୯୧ ଅକ୍ଟୋବର ୨୫ରେ ହିନ୍ଦୁ ରୀତିରେ ମଧ୍ୟ ବିବାହ କରିଥିଲେ। ସେହିବର୍ଷ ଶାହରୁଖ୍‌ଙ୍କ ପ୍ରଥମ ଫିଲ୍ମ ଦିଲ୍‌ ଆଶାନା ନିର୍ମିତ ହୋଇଥିଲା। ତେବେ ଏହା ବକ୍ସ ଅଫିସ୍‌ରେ ହିଟ୍‌ ହୋଇ ନ ଥିଲା। ପରେ ୧୯୯୨ରେ ଶାହାରୁଖ୍‌ଙ୍କ ଫିଲ୍ମ ଦିଓ୍ବାନା ବଲିଉଡ୍‌ରେ ଚହଳ ପକାଇଥିଲା। ୨୦୧୧ରେ ଶାହରୁଖ୍‌ଙ୍କ ସହିତ ପ୍ରିୟଙ୍କା ଚୋପ୍ରାଙ୍କ ସମ୍ପର୍କ ନେଇ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା ହୋଇଥିଲେ ମଧ୍ୟ ଶାହରୁଖ୍‌ଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଆସି ନ ଥିଲା।

Share